Sun. Jul 26th, 2026

ସାପ କାମୁଡ଼ାରେ ଯାଆଁଳା ଭଉଣୀ ମୃତ

181 Views

ଅନଗୁଳ  : ରବିବାର ରାତିରେ ସାପ କାମୁଡ଼ି ଦେବାରୁ ଅନଗୁଳ ସହର ଠାରୁ ଦଶ କିଲୋମିଟର ଦୂର ବେନ୍ତପୁର ଗ୍ରାମର ସୁମନ୍ତ ସାହୁଙ୍କ ଯାଆଁଳା ଝିଅଙ୍କର ମୃତ୍ୟୁ ଘଟିଛି। ମୃତ ଯମଜ ଭଉଣୀମାନେ ହେଲେ ରୋଜାଲିନ୍‌ ଓ ସୁଜାତା। ଉଭୟଙ୍କୁ ୧୨ ବର୍ଷ ହୋଇଥିଲା। ଉଭୟ ରାତିରେ ଘରେ ଶୋଇଥିବା ବେଳେ ଗୋଟାଏ ବିଷଧର ସରୀସୃପ ସେମାନଙ୍କୁ ଦଂଶନ କରିଥିଲା।

ଚିକିତ୍ସା ନିମନ୍ତେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କଟକ ବଡ଼ ଡାକ୍ତରଖାନାକୁ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କର ଶବ ଅନଗୁଳ ଡାକ୍ତରଖାନାକୁ ଫେରାଇ ଅଣାଯିବା ପରେ ବ୍ୟବଚ୍ଛେଦ କରାଯାଉଛି। ଘଟଣା ପ୍ରଘଟ ହେବା ପରେ ବେନ୍ତପୁର ଗ୍ରାମବାସୀ ଶୋକାଚ୍ଛନ୍ନ ହୋଇ ପଡ଼ିଛନ୍ତି। ଅନଗୁଳି ଥାନା ପୁଲିସ ଏ ସମ୍ବନ୍ଧରେ ଅପମୃତ୍ୟୁ ମାମଲା ରୁଜୁ କରିଛି।

By amfnews

Related Post