Sat. Apr 25th, 2026

କ୍ଳିନିକରେ ଇଞ୍ଜେକସନ୍ ଦେବା ଆଳରେ ପ୍ରସୂତିଙ୍କୁ ଅସଦାଚରଣ ଅଭିଯୋଗରେ ଫାର୍ମାସିଷ୍ଟ ଗିରଫ

207 Views

ଭଦ୍ରକ   :   ଭଦ୍ରକ ସହରରେ ଗାନ୍ଧିପଡ଼ିଆ ନିକଟରେ ଥିବା ଏକ ଜଣାଶୁଣା କ୍ଳିନିକରେ ପ୍ରସୂତିଙ୍କୁ ଅସଦାଚରଣ ଅଭିଯୋଗରେ ଉକ୍ତ କ୍ଳିନିକରେ କାମ କରୁଥିବା ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଚାରି ଦିନତଳେ ଯାଜପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଉକ୍ତ କ୍ଳିନିକରେ ସନ୍ତାନ ପ୍ରସବ କରିବାକୁ ଆସିଥିଲେ। ତାଙ୍କର ମଧ୍ୟ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ଉକ୍ତ କ୍ଳିନିକରେ କାମ କରୁଥିବା ମନୋଜ ସାହୁ ନାମକ ଜଣେ ଫାର୍ମାସିଷ୍ଟ ପୀଡ଼ିତାଙ୍କୁ ଇଞ୍ଜେକସନ୍ ଦେବା ଆଳରେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତ କର୍ମଚାରୀ ମନୋଜ ସାହୁଙ୍କ ବୟସ ୩୫ ବର୍ଷ ବୋଲି କୁହାଯାଉଛି। ସେ ସେଠାରେ କିଛି ବର୍ଷ ହେଲା କାମ କରୁଥିବା ଜଣାଯାଇଛି।

ଆଜି ସକାଳେ ଟାଉନ ଥାନାରେ ଏତଲା ଦିଆଯିବାପରେ ଅଭିଯୁକ୍ତ କର୍ମଚାରୀ ମନୋଜ ସାହୁଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏଭଳି ଘଟଣା ଭଦ୍ରକ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି।

By amfnews

Related Post