Mon. Sep 7th, 2026

ସାଙ୍ଗକୁ ଅପହରଣ କରି ଲକ୍ଷେ ଟଙ୍କା ଦାବି କରିବା ମାମଲାରେ ୬ ଗିରଫ

211 Views

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର କାରାଗାରରେ ପରିଚୟ। ଏହା ପରେ ବନ୍ଧୁତା ଓ ନୀବିଡ ସମ୍ପର୍କ। ଆଉ ଦୋସ୍ତି ଏମିତି ନିବିଡ ହେଲା ଯେ ୬ ସାଙ୍ଗକୁ ଅପହରଣ କରିବାକୁ ପଛେଇଲେନି ସାଙ୍ଗମାନେ। ଦୁବୁଲି ନିକଟରେ ଥିବା ଏକ ଗୋଟେ ଘରେ ଦୁଇ ଦିନ ଦୁଇ ରାତି ରଖି ନିର୍ଧୁମ ପିଟିବା ପରେ ପୁଲିସ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯକ୍ତମାନେ ହେଲେ କୋରାପୁଟ ଜିଲ୍ଲା ଗଡପଦର ଗାଁର ଗୌର ହରିଜନ(୩୨), ଡମ୍ବରୁ ବେନିଆ(୨୩), ବାରିଣୀପୁଟର ରୋହିତ ମେନନ(୨୦), ଖାଲସାହିର ସଞ୍ଜୟ ସାହା(୨୭) ଓ ରାୟଗଡା ଜିଲ୍ଲା ଟିକରପଡା ଅଚଳର ନରେନ୍ଦ୍ର କୌଶଲ୍ୟା(୨୧)।

ମିଳିଥିବା ସୂଚନ ମୁତାବକ ୨୨ତାରିଖରେ ଫରିଦାବାଦ ଅଂଚଳର ପ୍ରମୋଦ ଯାଦବ କୋଟ କାମରେ ଜୟପୁର ଆସିଥିଲେ। ସେଠାରୁ କାର୍ଯ୍ୟ ସରିବା ପରେ ସେ ବସଷ୍ଟାଣ୍ଡ ନିକଟରେ ଛିଡା ହୋଇଥିଲେ। ସେଇ ସମୟରେ ଜୟପୁର କରାଗାରରେ ରୋହିତ ସହ ଚିହ୍ନ ପରିଚାୟ ପରେ ଦୋସ୍ତି ହୋଇଥିଲା। ରୋହିତ ସହ ଅନ୍ୟ ୫ଜଣ ତାକୁ ବାଇକରେ ବସେଇ ଦୁବୁଲି ନିକଟରେ ଥିବା ବଙ୍ଗାଳିବାଡ଼ିରେ ଏକ ପରିତକ୍ତା ଘରେ ରଖି ମାଡ଼ ମାରିବା ସହ ତାଙ୍କ ପରିବାରଲୋକଙ୍କୁ ଫୋନରେ ଏକ ଲକ୍ଷ ଟଙ୍କା ଏକ ନିଧିସ୍ଥ ଆକାଉଣ୍ଟରେ ଦେବାକୁ ଧମକ ଦେଇଥିଲେ।

ପରେ ଏନେଇ ପରିବାରଲୋକ ଆଇନଜୀବୀ ବିଜୟ ରାୟଜେନା ଦେଓଙ୍କୁ କହିଥିବା ବେଳେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଫୋନ ନମ୍ବର ଓ ଲୋକେସନ ଦେଖି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

By amfnews

Related Post