Thu. Jun 11th, 2026

ସ୍ୱାମୀକୁ ଛାଡ଼ି ଜ୍ୱାଇଁ ସହିତ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିଲା ଶାଶୁ, ଚାଲିଗଲା ଜୀବନ

194 Views

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀକୁ ଛାଡି ଶାଶୁ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିଲା। ଅଭିଯୋଗ ହୋଇଛି କି ଜ୍ୱାଇଁ ଶାଶୁକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଶୋକ ବିହାର କଲୋନିରେ ସାହିନ୍‌ ନାମକ ମହିଳାଙ୍କ ଝିଅ ସହିତ ଶାହାରୁଖ ଖାନ୍‌ଙ୍କ ବିବାହ ହୋଇଥିଲା। କିଛିଦିନ ପରେ ଜ୍ୱାଇଁ ଓ ଶାଶୁ ସହିନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସାହିନ୍‌ ନିଜ ସ୍ୱାମୀକୁ ଛାଡପତ୍ର ଦେଇ ଜ୍ୱାଇଁ ସହିତ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହିବାକୁ ଆରମ୍ଭ କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ସାହିନ୍‌ ଦେହ ବ୍ୟବସାୟ କରୁଥିଲା। ଏହା ଜ୍ୱାଇଁ ଶାହାରୁଖ୍‌ ଖାନ୍‌ଙ୍କୁ ପସନ୍ଦ ନଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ। କିଛିଦିନ ତଳେ ଶାହାରୁଖ୍‌ ଏଥିରେ ବିରକ୍ତ ହୋଇ ନିଜ ଶାଶୁକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟା କରିବା ପରେ ଶାହାରୁଖ ନିଜ ସାଙ୍ଗକୁ ଫୋନ୍‌ କରି ଏହି ଘଟଣା ବିଷୟରେ ସବୁ ଜଣାଇଥିଲେ। ଏହାପରେ କୌଣସି ସୂତ୍ରରୁ ପୁଲିସକୁ  ଏହି ହତ୍ୟା ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ସାହିନଙ୍କ ଶବକୁ ଜବତ କରିବା ସହିତ ଫେରାର ଥିବା ଶାହାରୁଖଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।

By amfnews

Related Post