Mon. Aug 3rd, 2026

ସମ୍ବଲପୁର: ଓଲଟି ପଡ଼ିଲା କୁକୁଡ଼ା ଦାନା ବୋଝେଇ ଟ୍ରକ, ଡ୍ରାଇଭର ମୃତ, ହେଲ୍ପର ଗୁରୁତର

257 Views

ସମ୍ବଲପୁର: ଆଜି ସକାଳେ ସମ୍ବଳପୁରରୁ କଟକକୁ ଯାଉଥିବାଏକ କୁକୁଡ଼ା ଦାନା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଟ୍ରକ୍‌ର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଟ୍ରକ୍‌ ତଳୁ ହେଲପରଙ୍କ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରୁ କୁକୁଡ଼ା ଦାନ ନେଇ ଏକ ଟ୍ରକ୍‌ କଟକ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ମୋଚିବାହଲ ପାଖରେ ଭାରାସାମ୍ୟ ହରାଇ ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା।

ଫଳରେ ଟ୍ରକ୍‌ ତଳେ ହେଲ୍ପର, ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ। ଖବର ପାଇ ପୁଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସହାୟତାରେ ଟ୍ରକ୍‌ର ଆଗ ପଟ କାଟି ଡ୍ରାଇଭର, ହେଲପରଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଉଦ୍ଧାର ହେଲା ବେଳକୁ ଡ୍ରାଇଭଙ୍କର ମୃତ୍ୟୁ ଘଟି ସାରିଥିଲା। ମୃତ ଡ୍ରାଇଭର ହେଉଛନ୍ତି ରେଢ଼ାଖୋଲ ଥାନା ଅନ୍ତର୍ଗତ ବରସିକିଆ ଗାଁର ସୁଶାନ୍ତ ମିର୍ଦ୍ଧା ।ଗୁରୁତର ଭାବେ ଆହତ ହୋଇଥିିବା ହେଲପର ଟୁଲୁ ସାହୁ( ଅନୁଗୁଳ ଜିଲ୍ଲା ଜରପଡ଼ା ଅଞ୍ଚଳର)ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।

By amfnews

Related Post