Sat. Apr 25th, 2026

୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

212 Views

ବ୍ୟାସନଗର : ଗତକାଲି ରାତି ପ୍ରାୟ ୯ଟା ବେଳେ ଚକଲେଟ୍‌ ଦେବାକୁ କହି ଜଣେ ୭ବର୍ଷର ଶିଶୁ କନ୍ୟାକୁ ୭୨ବର୍ଷର ବୃଦ୍ଧ ଦୁଷ୍କର୍ମ କରିଥିବାନେଇ ଯାଜପୁର ରୋଡ଼ ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ ବ୍ୟାସନଗରରେ ରହୁଥିବା ସୋର ଅଞ୍ଚଳର ୭୨ ବର୍ଷର ବୃଦ୍ଧ ଶଶଧର ବାରିକ ଜଣେ ୭ବର୍ଷର ଶିଶୁ କନ୍ୟାକୁ ଚକଲେଟ୍‌ ଦେବାକୁ କହି ଘର ଭିତରେ ଦୁଷ୍କର୍ମ କରିଥିବା ନେଇ ଶିଶୁ କନ୍ୟାର ବଡ଼ ଭଉଣୀ ଥାନାରେ ଅଭିଯୋଗ କରିଛି। ଥାନା ଅଧିକାରୀ ଅମିତାଭ ମହାପାତ୍ର ଅଭିଯୋଗ ପାଇବାପରେ ଚଢଉ କରି ୭୨ ବର୍ଷର ବୃଦ୍ଧ ଶଶଧରଙ୍କୁ ଗିରଫ କରିଛନ୍ତି।

By amfnews

Related Post