Mon. Jul 13th, 2026

ପୁଲିସ କବ୍‌ଜାରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ ୫୦ ବାଇକ ଜବତ, ୪ ଗିରଫ

273 Views

ଭୁବନେଶ୍ୱର: କମିସନରେଟ୍‌ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ପର୍ଦାଫାସ କରିବା ସହିତ ପାଖାପାଖି ୫୦ଟି ବାଇକ୍‌ ଜବତ କରିଛି। ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ଗିରଫ କରିଛି। ଗୁରୁବାର ଏ ନେଇ ବଡ଼ଗଡ଼ ଥାନାରେ ବାଇକ୍‌ ମେଳା ଅନୁଷ୍ଠିତ ହେବ। ଏଥିରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଯୋଗ ଦେଇ ଚୋରି ହୋଇଥିବା ମାଲିକଙ୍କୁ ବାଇକ୍‌ ଫେରାଇବେ। ଏହି ଲୁଟେରା ଗ୍ୟାଙ୍ଗ୍‌ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଭୁବନେଶ୍ୱର କୋର୍ଟ ପରିସର, ସବରେଜିଷ୍ଟ୍ରର୍‌ କାର୍ଯ୍ୟାଳୟ, ମ୍ୟୁଜିୟମ୍‌ ସାମ୍ନାରୁ ବାଇକ ଚୋରି କରୁଥିଲେ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଲାଉଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ନୟାଗଡ଼ ଶରଣକୁଳ ଅଞ୍ଚଳରୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଗିରଫ କରିଥିଲା।

ସୂଚନା ଥାଉକି ଗତ ୭ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା ବେଳେ କଳ୍ପନା ଛକରେ ଟେରୁ ଓରଫ ସୂର୍ଯ୍ୟକାନ୍ତ ଦଳାଇ ନାମକ ଯୁବକକୁ ପୁଲିସ ସନ୍ଦେହଜନକ ଅବସ୍ଥାରେ କାବୁ କରିଥିଲା। ପରେ ସେ ଚୋରା ବାଇକ ଚଳାଉଥିବା ପୁଲିସ ଜାଣିବାକୁ ପାଇଥିଲା। ତାକୁ ପଚରାଉଚରା ପରେ ଏହି ଗ୍ୟାଙ୍ଗ୍‌ର ସନ୍ଧାନ ମିଳିଥିଲା। କମିସନରେଟ୍‌ ପୁଲିସ ଏତେ ସଂଖ୍ୟକ ଚୋରା ବାଇକ୍‌ ଜବତ କରିବା କେବେ ପୂର୍ବରୁ ଦେଖା ଯାଇ ନାହିଁ।

By amfnews

Related Post