Sat. Oct 17th, 2026

ସଂଖ୍ୟାଲଘୁଙ୍କ ସ୍ଥିତି ସମ୍ବନ୍ଧରେ ଆମେରିକାର ରିପୋର୍ଟକୁ ଅଗ୍ରାହ୍ୟ କଲା ଭାରତ

388 Views

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ‘୨୦୧୮ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧିନତା’ ରିପୋର୍ଟକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ସମାଲୋଚନା କରିଛନ୍ତି। ରିପୋର୍ଟରେ ଦୋଷାରୋପ କରାଯାଇଛି ଯେ ବିଜେପିର କେତେକ ବରିଷ୍ଠ ନେତା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିପକ୍ଷରେ ଉତ୍ତେଜନା ଉଦ୍ରେକକାରୀ ଭାଷଣ ଦେଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି: ଧର୍ମନିରପକ୍ଷତା ପରିଚୟ, ସର୍ବବୃହତ୍‌ ଗଣତନ୍ତ୍ର ଭାବେ ତା’ର ସ୍ଥିତି, ସହନଶୀଳତା ଓ ଗ୍ରହଣୀୟତା ସହ ଦୀର୍ଘକାଳର ପ୍ରତିବଦ୍ଧତା ଥିବା ବହୁବିଧ ସମାଜ ପାଇଁ ଭାରତ ଗୌରବାନ୍ଵିତ। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସମେତ ସମସ୍ତ ନାଗରିକଙ୍କୁ ଭାରତୀୟ ସମ୍ବିଧାନ ମୌଳିକ ଅଧିକାରର ଗ୍ୟାରେଣ୍ଟି ଦେଉଛି।

ସେ ଆହୁରି କହିଛନ୍ତି ଯେ ଭାରତ ଗୋଟାଏ ସଜୀବ ଗଣତନ୍ତ୍ର ଭାବେ ଜଣାଶୁଣା, ଯେଉଁଠି ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦିଏ, ଯେଉଁଠି ଗଣତାନ୍ତ୍ରିକ ଶାସନ ଏବଂ ଆଇନ୍‌ର ଧାରା ମୌଳିକ ଅଧିକାରର ପ୍ରଚାର ଓ ସୁରକ୍ଷା କରେ।ସାମ୍ବିଧାନ ଦ୍ୱାରା ଅଧିକାର ସୁରକ୍ଷା ପାଇଥିବା ଆମ ନାଗରିକମାନଙ୍କର ସ୍ଥିତି ସଂକ୍ରାନ୍ତରେ କୌଣସି ବିଦେଶୀ ସଂସ୍ଥା ବା ସରକାର କୌଣସି ପଦକ୍ଷେପ ନେବାର ଅଧିକାର ନାହିଁ। ଏହି ରିପୋର୍ଟକୁ ଏକତରଫା କହି ବିଜେପିର ଗଣମାଧ୍ୟମ ମୁଖ୍ୟ ଏବଂ ରାଜ୍ୟ ସଭା ସାଂସଦ ଅନୀଲ ବାଲୁନି ମଧ୍ୟ ସମାଲୋଚନା କରିଛନ୍ତି।

By amfnews

Related Post