Sun. Sep 13th, 2026

ପୁଲିସ୍‌ କର୍ମୀଙ୍କୁ ପିଟିଲେ ମଦୁଆ

620 Views

ଚେନ୍ନାଇ: ରାସ୍ତା ମଝିରେ ମଦ ପିଉଥିବା ୪ ଯୁବକଙ୍କୁ ଜଣେ ପୁଲିସ୍‌ କର୍ମଚାରୀ ବାଧା ଦେଇ ଲହୁଲୁହାଣ ହୋଇଛନ୍ତି। ୪ ଜଣ ମଦ୍ୟପ ଯୁବକ ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଘଟଣାର ପୂରା ଦୃଶ୍ୟକୁ ଜଣେ ବ୍ୟକ୍ତି ମୋବାଇଲ୍‌ ଫୋନରେ ଉତ୍ତୋଳନ କରି ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି। ଜୁନ୍‌ ୧୪ରେ ଏହି ଘଟଣା ଘଟିଥିଲା।

ଭିଡିଓ ଅନୁଯାୟୀ, ୪ ଜଣ ଯୁବକ ଜଣେ ପୁଲିସ୍‌ କନଷ୍ଟେବଲକୁ ରାସ୍ତା ମଝିରୁ ମାଡ଼ ମାରି ଡିଭାଇଡର୍‌ ଉପରକୁ ନେଇଥିଲେ। ସେଠାରେ ତାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ। ଏପରି କି ତାଙ୍କ ୱାକି-ଟକି ମଧ୍ୟ ୪ ଜଣ ଯାକ ଯୁବକ ଛଡ଼ାଇ ନେଇଥିଲେ। ଏହି ସମୟରେ ପୁଲିସ୍‌ ଗାଡ଼ି ସେଠାରେ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା କନେଷ୍ଟବଲଙ୍କୁ ଉଦ୍ଧାର କରିଥିଲା। ତେବେ ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ।
ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

By amfnews

Related Post