Sun. Oct 18th, 2026

ଷ୍ଟକ୍ ମାର୍କେଟରେ ବିପର୍ଯ୍ୟୟ; ଏକାଥରେ ଖସିଲା ୧୧ ଶହରୁ ଅଧିକ ପଏଣ୍ଟ

228 Views

ନୂଆଦିଲ୍ଲୀ : ତୃତୀୟ ତ୍ରୈମାସିକ ଜିଡିପି ଫଳ ଆସିବା ଆଗରୁ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି । ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି।

ଆଜି ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର କେତେ ରହିଛି ପ୍ରକାଶ ପାଇବ। ତେବେ ଦେଖିବାର କଥା ଗତ ଦୁଇଟି କ୍ୱାଟର୍ର ଭଳି ଏଥର ମଧ୍ୟ ଜିଡିପି ହ୍ରାସ ପାଇବ ନା ଏଥର ଉନ୍ନତି ଆସିବ। ଏଥର GDP ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିପାରେ ବୋଲି ଆକଳନ କରାଯାଇଛି।  ଚୀନର ‘କରୋନା’ ପ୍ରଭାବରୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି।

By amfnews

Related Post