Fri. Jul 3rd, 2026

ଲକ୍ ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱରରେ ଷ୍ଟେସନାରି ଦୋକାନୀ ଓ ଗ୍ୟାରେଜ୍ ମାଲିକ ଗିରଫ

220 Views

ବାଲେଶ୍ୱର/ବ୍ରହ୍ମପୁର : କରୋନା ସତର୍କତା ଲାଗି ଆଜି ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାକୁ ଲକ୍ ଡାଉନ୍ କରାଯାଉଥିବା ବେଳେ ଏହାର ନିୟମ ଉଲ୍ଲଂଘନ କରିଥିବାରୁ ଦୁଇଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ୱର ସହରର ମୋତିଗଞ୍ଜ ଅଞ୍ଚଳର ଜଣେ ଷ୍ଟେସନାରି ଦୋକାନୀ ନିଜର ଦୋକାନ ଖୋଲିଥିବା ଯୋଗୁ ତାଙ୍କୁ ପୁଲିସ୍ ଗିରଫ କରିଛି। ଅପରପକ୍ଷରେ ଆକତପୁରରେ ଗ୍ୟାରେଜ୍ ମାଲିକ ବି ନିୟମ ଉଲ୍ଲଂଘନ କରି ନିଜର ଗ୍ୟାରେଜ୍ ଖୋଲିଥିବାରୁ ପୁଲିସ୍ ତାଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, କରୋନା ସତର୍କତା ଲାଗି ଆଜି ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାକୁ ଲକ୍ ଡାଉନ୍ କରାଯାଉଛି। ଏଥିଲାଗି  ବାଲେଶ୍ୱର ସହରରେ ଛଅଟି ବ୍ଲକିଂ ପଏଣ୍ଟ୍ କରାଯାଇ ସହର ଭିତରକୁ ବା ବାହରକୁ କାହାରିକୁ ଛଡ଼ା ଯାଉନାହିଁ। ତେବେ ଯେଉଁମାନେ ଜରୁରୀ କାମରେ ଯାଉଛନ୍ତି ବା ଆସୁଛନ୍ତି ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯିବା ପରେ ସେଥିଲାଗି ଅନୁମତି ଦିଆଯାଉଛି। ସହର ଭିତରକୁ କୌଣସି ଗାଡ଼ି ଛଡ଼ା ନ ଯିବା ଲାଗି କଡ଼ା ନିର୍ଦେଶନାମା ଜାରି ହୋଇଛି। ଏନେଇ ଲୋକଙ୍କୁ ସଚେତନ ବି କରାଯାଉଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରରେ କରୋନା ସଂକ୍ରମଣ ସତର୍କତା ଲାଗି ଲକ୍ ଡାଉନ୍ ଘୋଷଣା ପରେ ସରକାରୀ ଆଦେଶ ଉଲ୍ଲଂଘନ କରି ୪୨ଜଣଙ୍କ ବିରୋଧରେ ଏଯାବତ୍ ମାମଲା ରୁଜ୍ଜୁ ହୋଇଛି। ଗତକାଲି ୪ ଟି ମାମଲା ବ୍ରହ୍ମପୁର ସବଡିଭିଜନରେ ପଞ୍ଜିକୃତ ହୋଇଛି। ଗୋଷାଣୀ ନୂଆଗାଁରେ ୩୦ଜଣଙ୍କ ବିରୋଧରେ, ବଡ଼ବଜାରରେ ୮ଜଣଙ୍କ ବିରୋଧରେ, ଏବଂ  ଜଣଙ୍କ ବିରୋଧରେ ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି |

By amfnews

Related Post