Fri. Jul 3rd, 2026

ଘର ଭିତରୁ ଯୁବତୀଙ୍କ ପୋଡ଼ା ମୃତଦେହ ଉଦ୍ଧାର

199 Views

ମୋହନା : ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦା ନିକଟରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ପୋଡ଼ା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ପଙ୍କଜିନୀ ନାୟକ। ତାଙ୍କ ଘର ଅଡ଼ବା ଥାନା ଅନ୍ତର୍ଗତ କନ୍ଧ ଅଡ଼ବା ଗାଁରେ। ସେ ଏଠାରେ ୨ ବର୍ଷ ହେବ ଆସ୍କା ଅଞ୍ଚଳର ଜଣେ ଯୁବକଙ୍କ ସହ ମିଶି ଭଡ଼ାରେ ରହୁଥିଲେ। ଯୁବକଜଣକ ପାଉଁରୁଡ଼ି ବ୍ୟବସାୟ କରୁଥିଲେ।

ଆଜି ସକାଳେ ପଙ୍କଜିନୀଙ୍କ ଘର ଭିତରୁ ଧୂଆଁ ବାହାରିଥିବା ଦେଖି  ତାଙ୍କ ଘର ମାଲିକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପଙ୍କଜିନୀଙ୍କ ସହ ରହୁଥିବା ଯୁବକ ଜଣକ ଦୁଇ ଦିନ ହେବ ଫେରାର ଅଛନ୍ତି। ଏହା ହତ୍ୟା ନାଁ ଆତ୍ମହତ୍ୟା  ତାହା ଜାଣାପଡ଼ି ନାହିଁ।

By amfnews

Related Post