Sat. Jul 25th, 2026

ରେଳ ଲାଇନ୍‌ ଉପରକୁ ଯାତ୍ରୀ ଡେଇଁବାରୁ ଟ୍ରେନ୍‌ ଚଳାଚଳ ବ୍ୟାଘାତ

404 Views

ନୂଆଦିଲ୍ଲୀ: ରେଳ ଲାଇନ୍‌ର ଟ୍ରାକ୍‌ ଉପରକୁ ଦୈନିକ ଯାତାୟତ କରୁଥିବା ଜଣେ ଟ୍ରେନ ଯାତ୍ରୀ ଡେଇଁବା ଫଳରେ ଶାହାଦରା ଓ ଦିଲ୍‌ସାଦ୍‌ ଗାର୍ଡେନ୍‌ ଷ୍ଟେସନ୍‌ ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାଘାତ ଘଟିଥିବା ଜଣାଯାଇଛି। ରେଳବାଇ ଅଧିକାରୀଙ୍କଠାରୁ ପ୍ରକାଶ ଯେ ଗୁରୁବାର ସକାଳେ ଜଣେ ଯାତ୍ରୀ ରେଳ ଲାଇନ୍‌ ଧାରଣା ଉପରକୁ ଡେଇଁଥିଲେ। ଏହାପରେ ସେହି ଯାତ୍ରୀଜଣକ ଆହତ ହୋଇଥିିଲେ। ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାଫଳରେ ଦିଲଶାଦ୍‌ ଗାର୍ଡେନ୍‌ ଷ୍ଟେସନ୍‌ ମଧ୍ୟରେ କିଛି ସମୟ ଯାଏଁ କିଛି ଟ୍ରେନ୍‌କୁ ଅଟକାଯାଇଥିଲା।

ଏହାପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।ଏହି ଘଟଣାକୁ ନେଇ ସେଠାରେସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ଏଯାବତ୍‌ ଏହା ସ୍ପଷ୍ଟ ଜଣାପଡ଼ିନାହିଁ ଯେ କିପରି ଏବଂ କାହିଁକି ଯାତ୍ରୀଜଣକ ପ୍ଲାଟଫର୍ମରୁ ରେଳ ଲାଇନ୍‌ ଧାରଣା ଉପରକୁ ଡେଇଁଥିଲେ ।ରେଳବାଇ ପୁଲିସ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି। ରେଳବାଇ ପୁଲିସ ସନ୍ଦେହ କରୁଛି କି ଉକ୍ତ ଯାତ୍ରୀଜଣକ କୌଣସି ଟ୍ରେନକୁ ଶୀଘ୍ର ଧରିବାଲାଗି ଡେଇଁଥିବେ।

By amfnews

Related Post