Sat. Jun 13th, 2026

ଫେସ୍‌ବୁକ୍‌ରେ ମହିଳା ଓ ଛାତ୍ରୀ କାଶ୍ମୀର ବିଷୟରେ ପୋଷ୍ଟ କରିବାରୁ ମିଳିଲା ଦୁଷ୍କର୍ମ ଓ ହତ୍ୟା ଧମକ, ଲୋକେ ଖୋଜୁଛନ୍ତି ଦୁହିଁଙ୍କ ଘର ଠିକଣା

455 Views

ନୂଆଦିଲ୍ଲୀ: କୋଲକାତାରେ ବସବାସ କରୁଥିବା ଜଣେ ମହିଳାଙ୍କୁ ଫେସ୍‌ବୁକ ପୋଷ୍ଟରେ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଥିବା ବୁଧବାର ଅଭିଯୋଗ କରିଛନ୍ତି। ବିଶେଷ ଭାବେ ଏହି ଅଭିଯୋଗ ଦକ୍ଷିଣପନ୍ଥୀ ଓ ବିଏଚପି/ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଠାରୁ ମିଳୁଥିବା ସେ ଅଭିଯୋଗରେ କହିଛନ୍ତି।

ଉକ୍ତ ମହିଳା ଜଣକ ଫେସ୍‌ବୁକ୍‌ରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଆଲୋଚନା କରିଥିଲେ। ସେ ଲେଖିଥିଲେ କି , କ’ଣ ସେନାର ଯବାନ ସହିଦ ହେଲେ ଦୁଃଖ ପ୍ରକାଶ କରୁଥିବା ଓ କାନ୍ଦୁଥିବା ଲୋକମାନେ କାଶ୍ମୀର ନାଗରିକଙ୍କ ପାଇଁ ସାମାନ୍ୟ ହେଲେ ବି ଚିନ୍ତା କରି ଥାଆନ୍ତି? ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରେ ଲୋକମାନଙ୍କ ବଢ଼ୁଥିବା ଅସୁବିଧାକୁ ନେଇ ଫେସ୍‌ବୁକ୍‌ରେ ସେ ଫେବ୍ରୁଆରି ୧୫ରେ ଏକ ପୋଷ୍ଟ ଦେବା ପରେ ଏହି ମହିଳା ଟ୍ରୋଲର ଶିକାର ହୋଇଛନ୍ତି।

ଏହି ପୋଷ୍ଟ ପରେ ଲଗାତାର ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗ ଆସିବାରେ ଲାଗୁଛି। ପ୍ରତିଦିନ ନୂଆନୂଆ ପ୍ରୋଫାଇଲ୍‌ରୁ ଲୋକମାନେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ସେମାନେ ଉକ୍ତ ମହିଳାଙ୍କ ଫଟୋକୁ ବି ଅନ୍ୟତ୍ର ସେୟାର କରି ଲୋକମାନଙ୍କୁ ଟାର୍ଗେଟ କରିବାକୁ କହୁଛନ୍ତି।

କୋଲକତାରେ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପୁଲଓ୍ଵାମା ଆକ୍ରମଣ ପରେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଜମ୍ମୁ-କଶ୍ମୀରରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ କାଶ୍ମୀର ରାଜମାର୍ଗରେ ହେଉଥିବା ଅସୁବିଧା ସମ୍ପର୍କରେ ଲେଖିଥିଲେ। ଏହି ପୋଷ୍ଟର ଜବାବରେ କିଛି ଲୋକ ଟିପ୍ପଣୀ ଦେଇ ତାଙ୍କୁ ଦେଶ ଛାଡ଼ି ପାକିସ୍ତାନ ପଳାଇ ଯିବାକୁ କହିଥିଲେ, ତ ଆଉ କିଛି ଲୋକ ଦୁଷ୍କର୍ମ କରିବାକୁ ଧମକ ବି ଦେଉଛନ୍ତି। କିଛି ଲୋକ ତାଙ୍କ ଘର ଠିକଣା ଖୋଜିବାକୁ ଚେଷ୍ଟା କରୁଛନ୍ତି। ପୁଲିସ ନିକଟରେ ଏନେଇ ସେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କୁ ସୁରକ୍ଷା ଦେବା ପାଇଁ ଆଶ୍ୱସନା ବି ଦେଇଛି।

By amfnews

Related Post