Thu. May 14th, 2026

ରେକର୍ଡ ସଂଖ୍ୟକ ଆସନ ଜିଣି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

216 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାରକୁ ପୁଣି ଥରେ ଭାରତର ନେତୃତ୍ୱ ନେବାକୁ ଲୋକେ ୨୦୧୯ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇଛନ୍ତି। ଯଦି ଚାଲିଥିବା ଟ୍ରେଣ୍ଡ୍‌ ବଜାୟ ରହେ ତେବେ ଭାରତୀୟ ଜନତା ପାର୍ଟି ଦୁଇଜଣ ମନୋନୀତ ପ୍ରାର୍ଥୀଙ୍କ ସମେତ ୫୪୫ ଆସନବିଶିଷ୍ଟ ଲୋକସଭାରେ ଆପଣାଛାଏଁ ସଂଖ୍ୟାଗରିଷ୍ଠତା ହାସଲ କରିବ।ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମେସିଂହେ ଏବଂ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନହାୟୁଙ୍କ ସମେତ କେତେକ ବିଦେଶୀ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସବୁ ଏକ୍‌ଜିଟ୍‌ ପୋଲ୍‌ ଭ୍ରମ ହୋଇ ନ ପାରେ ବୋଲି ଏ ସପ୍ତାହନ୍ତରେ କହିଥିବା ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଟୁଇଟ୍‌ କରି ବିଜେପି ନେତୃବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ନିର୍ବାଚନରେ ବିଜୟୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ନେତୃତ୍ୱରେ ଦେଶ ଆଗେଇ ଚାଲିବ ବୋଲି ସେ ଆଶା କରିଛନ୍ତି।

ବିଶେଷସୂତ୍ରରୁ ପ୍ରକାଶ, ମେ ୨୬ ତାରିଖ ଦିନ ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ ହେବ।

By amfnews

Related Post