Mon. Sep 7th, 2026

କିଛି ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି; କାରଣ ଅସ୍ପଷ୍ଟ

262 Views

ଭୁବନେଶ୍ୱର : ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। ।

ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ ତୀବ୍ର ବେଗରେ ଜଣାପଡ଼ୁଥିବା ବେଳେ ଲୋକସଭା ଆସନ ଗୁଡ଼ିକରେ କିନ୍ତୁ ଗଣତି ଧୀରେ ଧୀରେ ହେଉଥିବା ଦେଖିବାକୁ ମିଳୁଛି। କେଉଁ କାରଣରୁ ଏପରି ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୧୨ ଲକ୍ଷ ଭୋଟର ଭୋଟ୍‌ ଦେଇଥିବା ବେଳେ ଦେଢ଼ ଲକ୍ଷ ଭୋଟ୍‌ ଗଣତି ହୋଇଥିବା ଜଣାପଡ଼ିଛି।

ଏମିତିକି କିଛି ଲୋକସଭା ଅଧିନରେ ଥିବା ବିଧାସସଭା ଆସନ ଗୁଡ଼ିକ ଟ୍ରେଣ୍ଡ ସ୍ପଷ୍ଟ ହୋଇଯାଇଥିବା ବେଳେ ଲୋକସଭାର ଆଗୁଆପଛୁଆ ହିସାବ କାହିଁକି ଡେରିରେ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି।

By amfnews

Related Post