Fri. Oct 16th, 2026

ରାହୁଲଙ୍କ ପରେ ଓଡ଼ିଶା ଆସିବେ ପ୍ରିୟଙ୍କା

257 Views

ଭୁବନେଶ୍ବର, ଜାନୁଆରୀ ୨୫  : ଜାତୀୟ କଂଗ୍ରେସ ସଭାପତି ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଣିକି ପ୍ରତିମାସରେ କଂଗ୍ରେସ ସଭାପତି ଓଡ଼ିଶା ଆସିବେ। ଅବଶ୍ୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ପ୍ରଚାର ଅଭିଯାନରେ ମଙ୍ଗ ଧରିବେ। ଆସନ୍ତା ଫେବ୍ରୁଆରି ମାସରେ ଏଆଇସିସି ସାଧାରଣ ସଂପାଦିକା ଭାବେ ସଦ୍ୟ ନିଯୁକ୍ତ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ ବୋଲି ପ୍ରଦେଶ କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି।

ଆସନ୍ତା ମାସ ପ୍ରଥମ ସପ୍ତାହରେ ରାହୁଲ ଦକ୍ଷିଣ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ଗସ୍ତ ତାରିଖ ଓ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। ଗତକାଲି ସଭାପତି ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ ଆନୁଷ୍ଠାନିକ ଭାବେ ଏଆଇସିସିର ସାଧାରଣ ସଂପାଦିକ ପଦରେ ନିଯୁକ୍ତି ଦେବା ପରେ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା। ତାଙ୍କୁ ଓଡ଼ିଶା ଗସ୍ତରେ ଆସିବାକୁ ନିମନ୍ତ୍ରଣ କରାଯିବ ଏବଂ ଆସନ୍ତା ଫେବ୍ରୁଆରି ମାସରେ ହିଁ ସେ ଗସ୍ତ କରିବେ ବୋଲି ଦଳର ଜଣେ ମୁଖପାତ୍ର କହିଥିଲେ। ତେବେ ଏ ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ।

By amfnews

Related Post