Fri. Jul 24th, 2026

ଅଭାବ ପଡ଼ିଲା ମହାପ୍ରଭୁଙ୍କ ଶୃଙ୍ଗାର ଦ୍ରବ୍ୟ: ବନକଲାଗିରେ ୨ ଘଣ୍ଟା ବିଳମ୍ବ

197 Views

ପୁରୀ , ଜାନୁଆରୀ ୨୫ : ଆଜି ମହାପ୍ରଭୁଙ୍କ ବନକଲାଗି ପାଇଁ ଶୃଙ୍ଗାର ଦ୍ରବ୍ୟ ଅଭାବ ପଡ଼ିଲା। ଏହାକୁ ନେଇ ଦେଉଳ ଭିତରେ ବେଶ କିଛି ସମୟ ପାଟିତୁଣ୍ଡ ହେଲା। ୨ ଘଣ୍ଟା ବିଳମ୍ବରେ ହେଲା ଠାକୁରଙ୍କ ବନକଲାଗି।

ବୁଧବାର ମହାପ୍ରଭୁଙ୍କର ବନକଲାଗି ହେବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରିଦିଆଯାଇ ଗୁରୁବାର କରାଯିବାକୁ ଧାର୍ଯ୍ୟ ହେଲା। ଆଜି ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମଧ୍ୟାହ୍ନ ଧୂପ ନୀତି ବଢ଼ିଥିଲା। ପରେ ବନକଲାଗି ନୀତି ପାଇଁ ପ୍ରସ୍ତୁତି ହୋଇଥିଲା। ହେଲେ ଠିକଣା ବେଳକୁ ମିଳିନଥିଲା ଶୃଙ୍ଗାର ପାଇଁ ଆବଶ୍ୟକ ସାମଗ୍ରୀ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଆବଶ୍ୟକ ଦ୍ରବ୍ୟ ଆସିବା ପରେ ଅପରାହ୍ନ ୪ଟା ୫୫ରେ ଠାକୁରଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ରାତି ୭ଟା ୨୫ରେ ନୀତି ସରିବା ପରେ ମହାସ୍ନାନ ହୋଇଥିଲା। ସୂଚନାଯୋଗ୍ୟ, ରବିବାର ଠାକୁରଙ୍କ ବଡ଼ସିଂହାର ବେଶ ପରେ ଭୋଗ ପାଇଁ ମିଳିନଥିଲା ଦହି ପଖାଳ। ଏ ନେଇ ଭକ୍ତ ଓ ସେବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

By amfnews

Related Post