Sat. Aug 1st, 2026

ରାଟୋରୀ କ୍ଲବ୍ ରାଉରକେଲା ମିଡ୍ଟାଉନ ଓ ଇନରହ୍ୱିଲ କ୍ଲବ୍ ଆନୁକୂଲ୍ୟରେ ରେଲ ଷ୍ଟେସନରେ ସ୍ୱଚ୍ଛ ଭାରତ ଅଭିଯାନ

461 Views

ରାଉରକେଲା, ୨୫ା୯  : ରାଟୋରୀ କ୍ଲବ୍ ରାଉରକେଲା ମିଡ୍ଟାଉନ ଓ ଇନରହ୍ୱିଲ ପକ୍ଷରୁ ମିଳିତ ଭାବେ ରାଉରକେଲା ଷ୍ଟେସନର ନୂତନ ଗେଟ୍ ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ଏଠାରେ ଥିବା ଅଟୋ ଷ୍ଟାଣ୍ଡ ଓ ବାଇକ୍ ଷ୍ଟାଣ୍ଡ ଦୀର୍ଘଦିନ ଧରି ଅସ୍ୱଚ୍ଛ ହୋଇ ପଡିରହିଥିଲା । ଉଭୟ ଷ୍ଟାଣ୍ଡକୁ ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନ ଓ ଇନରହ୍ୱିଲ ସଦସ୍ୟମାନେ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ରେଳ ଷ୍ଟେସନ ଅଧିକାରୀମାନେ ସକ୍ରିୟ ସହଯୋଗ କରିଥିଲେ ।

ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଏକ ପାକ୍ଷିକ କାର୍ଯ୍ୟକ୍ରମ ଅଂଶବିଶେଷ । ସ୍ୱଚ୍ଛ ଭାରତ ଅଭିଯାନରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ସଭାପତି ସତୀଶ ଅଗ୍ରୱାଲ, ସମ୍ପାଦକ ଡ.ସୁବୋଧ କୁମାର ମେହେର, କୋଷାଧ୍ୟକ୍ଷ ଗୌତମ ଶର୍ମା, ସମ୍ପାଦକ ଅସୀମ ମହାନ୍ତି, ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ସେଣ୍ଟ୍ରାଲର ପୂର୍ବତନ ସଭାପତି ରାଜେଶ ଗର୍ଗ, ଇନରହ୍ୱିଲ କ୍ଲବ୍ର ସଭାପତି ପ୍ରତିମା ମହାପାତ୍ର, ସମ୍ପାଦକ ନୀତୁ ଅଗ୍ରୱାଲ, ମହିମା ମହାପାତ୍ର, ଆଶା ଶର୍ମା, ଅଞ୍ଜୁ ଗର୍ଗ, ମିତୁ କେଡିଆ, ମଞ୍ଜୁରାଣି ମେହେର, ଆୟୁଷ କେଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରେଳ ଷ୍ଟେସନ ମ୍ୟାନେଜର ଏ.କେ. ମିଶ୍ର, ଚିଫ୍ କମର୍ସିଆଲ ଇନିସ୍ପେକ୍ଟର ଓ କ୍ୟାଟରିଂ ଇନିସ୍ପେକ୍ଟର ରାକେଶ କୁମାର ରାୟ, ଡେପୁଟି ସୁପରିନଟେଣ୍ଡେଣ୍ଟ କମଳେଶ କୁମାର ଗାଗରାଇ, ହେଲ୍ଥ ଇନିସ୍ପେକ୍ଟର ଅନମୋଲ ବନସଲ ଓ ସଫେଇ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post