Thu. May 16th, 2024

ଛେଣ୍ଡର ମଧୁସୂଦନ ପାଠାଗାରରେ ସ୍ୱାସ୍ଥ୍ୟ ସଚେତନତା ଶିବିର

rklsanchar@gmail.com' By J.N. Pradhan Sep 25, 2018 #Featured
189 Views

ରାଉରକେଲା, ୨୫ା୯  : ଛେଣ୍ଡ ୱେଲଫେୟାର କମିଟି ପରିସରରେ ଥିବା ମଧୁସୂଦନ ପାଠାଗାର ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡର ବ୍ରିଦ୍ ଫ୍ରି କ୍ଲିନିକ୍ର ଡାକ୍ତରଙ୍କ ପୂର୍ଣ୍ଣ ସହଯୋଗରେ ପରିଚାଳିତ ଏହି ଶିବିରରେ ଛେଣ୍ଡର ବହୁ ବରିଷ୍ଠ ନାଗରିକ, ଭଦ୍ରବ୍ୟକ୍ତି ଓ ମହିଳା ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ବହୁ ଅଭିଜ୍ଞ ପାରାମେଡିକାଲ ସହକର୍ମୀଙ୍କ ଦ୍ୱାରା ଡାଇବେଟିକ୍, ଇଉରିକ୍ ଏସିଡ୍, ସିରୋମେଟ୍ରି ଚେକ୍ ଅପ୍ ଓ ନିଉରୋଫାଟିକ୍ ଡିଟେକସନ ଟେଷ୍ଟ ମାନ କରାଯାଇଥିଲା । ଶିବିରକୁ ଅନୁଷ୍ଠାନର ବିଜୟ କୁମାର ବରାଳ, କିଶୋର ପାଣି, ସୂର୍ଯ୍ୟନାରାୟଣ ପଣ୍ଡା, ଯୋଗେଶ୍ୱର ପ୍ରଧାନ, ରମେଶ ସିଂ, ଚପଳକାନ୍ତ ଗଡନାୟକ, ସଞ୍ଜୀବ ନାୟକ, ଉଷାରାଣୀ ନାଏକ, ପୀତବାସ ନାୟକ, ଜ୍ୟୋତ୍ସ୍ନା ଘୋଷ, କୁନ୍ତଳା ନାୟକ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ସଞ୍ଚାଳନ କରିଥିଲେ । ଆସନ୍ତା ମାସରେ କ୍ୟାନସର ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି ।

Related Post