Wed. Sep 9th, 2026

ରାଞ୍ଚି ନିକଟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଦୁଇ ଝାଡ଼ଖଣ୍ଡ ଜାଗୁଆର ଯବାନ ସହିଦ

311 Views

ନୂଆଦିଲ୍ଲୀ  : ଶୁକ୍ରବାର ଦିନ ଝାଡ଼ଖଣ୍ଡର ରାଞ୍ଚି ଅନ୍ତର୍ଗତ ଦଶମ ପ୍ରପାତରେ ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି।

ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟସ୍ଥ ଦଶମ ପ୍ରପାତ ନିକଟରେ ନିଷେଧ ମାଓ ସଂଗଠନ ‘ସିପିଆଇ’ର କେତେକ ସଦସ୍ୟ ଉପସ୍ଥିତ ଥିବା ସୂଚନା ପୁଲିସକୁ ମିଳିଥିଲା। ସେ ଅନୁସାରେ, ନିରାପତ୍ତା ବଳ ପାହାନ୍ତା ପହର ପୂର୍ବରୁ ଘଟଣାସ୍ଥଳକୁ ଯାଇଥିଲେ।

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ସମୟରେ ନକ୍ସଲ୍‌ମାନଙ୍କ ଗୁଳି ଚୋଟରେ ଦୁଇ ଜଣ ଯବାନଙ୍କ ଦେହରେ ଗୁଳି ଚୋଟ ଲାଗିଥିଲା। ଜଣକୁ ମୃତାବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।

ଯବାନଙ୍କ ମୃତ୍ୟୁ ଯୋଗୁଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଶୋକବ୍ୟକ୍ତ କରି କହିଛନ୍ତି: ଆଜି ଗୁଳିବିନିମୟ ସମୟରେ ସହିଦ ହୋଇଥିବା ଦୁଇ ଜଣ ଜାଗୁଆର ଯବାନଙ୍କ ଆତ୍ମବଳିକୁ ସମ୍ମାନ ଜଣାଉଛି। ଝାଡ଼ଖଣ୍ଡରେ ନକ୍ସଲବାଦ ଶେଷ ନିଃଶ୍ୱାସ ନେଉଛି। ତାକୁ ନିର୍ମୂଳ କଲେ ଯାଇ ଆମେ ବିଶ୍ରାମ ନେବୁ।

By amfnews

Related Post