Fri. Jun 12th, 2026

ନିର୍ବାଚନ ରାଜନୀତିରୁ ସନ୍ୟାସ ନେବାକୁ ଦାମଙ୍କ ଘୋଷଣା : ନିର୍ବାଚନ ଲଢ଼ିବେନି, କିନ୍ତୁ ଲୋକଙ୍କ ପାଇଁ କାମ କରିବେ

254 Views

ଭୁବନେଶ୍ବର : ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି ବରିଷ୍ଠ ବିଜେପି ନେତା ଡା.ଦାମୋଦର ରାଉତ । ଗଣମାଧ୍ୟମକୁ ସାକ୍ଷାତ ଦେଇ ଡା.ରାଉତ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ମୋର ବଳ-ବୟସ କି  ମାନସିକତା ଆଉ ନାହିଁ । ତେବେ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ କରି ଚାଲିବି । ଏହି ଘୋଷଣା ଫଳରେ ତାଙ୍କର ଦୀର୍ଘ ୪୫ ବର୍ଷର ନିର୍ବାଚନୀ ରାଜନୀତି ସହ ସଂପୃକ୍ତିର ଅନ୍ତ ଘଟିବ।

ବିଜେପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଦାମଙ୍କ ନାଁ ନଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି କ୍ରମରେ ତାଙ୍କୁ ଦଳ ଅଣଦେଖା କରୁଥିବା ଅନୁଭବ କରିଛନ୍ତି ସେ । ସାଧାରଣ ନିର୍ବାଚନ ପରେ ଦଳ ମୋତେ ଆଉ ଅବଶ୍ୟକ କରୁନି । ଏପରିକି ପୂର୍ବରୁ ହେଲିକପ୍ଟରରେ ବୁଲାଇଲେ , ଏବେ ଅଲୋଡ଼ା କରିଦେଲେ ବୋଲି ବୟାନ ଦେଇଛନ୍ତି ଦାମ। ଏଥିସହ ବିଜେପୁର ଉପନିର୍ବାଚନ ନେଇ ଦଳ ପକ୍ଷରୁ ତାଙ୍କ ସହ କେହି ଆଲୋଚନା କରିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ନେଇ ଦାମଙ୍କ ଏଭଳି ଅସନ୍ତୋଷପୂର୍ଣ୍ଣ ବୟାନ ଦଳକୁ ଅଡୁଆରେ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

By amfnews

Related Post