Fri. Apr 24th, 2026

ରାଜ୍‌ ଠାକ୍‌ରେଙ୍କୁ ଝଟକା ଦେଇ ଏମ୍‌ଏନଏସର ଏକମାତ୍ର ବିଧାୟକ ଶିବସେନାରେ ଯୋଗ ଦେଲେ

140 Views

ମୁମ୍ବାଇ: ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନାର ଏକମାତ୍ର ବିଧାୟକ ଶରଦ ସୋନେଓ୍ଵାଲ୍‌ ଅବଶେଷରେ ଏମ୍‌ଏନଏସ ମୁଖ୍ୟଙ୍କୁ ଝଟ୍‌କା ନେଇଛନ୍ତି। ସେ ଏମଏନ୍‌ଏସ୍‌ ଦଳ ଛାଡ଼ି ଶିବସେନାରେ ଯୋଗ ଦେଇଛନ୍ତି। ଗତକାଲିି ସେ ଶିବସେନାକୁ ଫେରିଛନ୍ତି। ପୁନେ ଜିଲ୍ଲାର ଜୁନ୍ନାର ଆସନରୁ ବିଧାୟକ ଥିବା ଶରଦ ସୋନେଓ୍ଵାଲ୍‌ ୨୦୧୪ ବିଧାନସଭା ନିର୍ବାଚନରେ ଏମଏନ୍‌ଏସ୍‌ ଟିକେଟ୍‌ରେ ବିଜୟ ଲାଭ କରିଥିବା ଏକମାତ୍ର ପ୍ରାର୍ଥୀ ଥିଲେ। ବିଧାୟକ ହେବା ପରେ ଏମଏନଏସର ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନଥିଲା। ଏହାକୁ ନେଇ ବିଧାୟକ ଶରଦ ସୋନେଓ୍ଵାଲ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା।

ଗତକାଲି ବିଧାୟକ ଶରଦ ସୋନେଓ୍ଵାଲ ନିଜର ଶହ ଶହ ସମର୍ଥକଙ୍କ ସହିତ ଶିବସେନାରେ ଯୋଗ ଦେଇଛନ୍ତି। ଶରଦ କହିଛନ୍ତି ଯେ ଶିବସେନାରେ ଯୋଗଦେବା ପୂର୍ବରୁ ସେ ଏମ୍‌ଏନଏସ ମୁଖ୍ୟ ରାଜ ଠାକ୍‌ରେ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହିତ କଥା ହୋଇଥିଲେ। ମହାରାଷ୍ଟ୍ରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ବିଧରନସଭାରୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି। ଏଠାରୁ ସାଂସଦ ଅଛନ୍ତି ଶିବସେନାର ଶିବାଜୀ ରାଓ ଆଧିଲରାଓ ପାଟିଲ।

By amfnews

Related Post