Mon. Sep 28th, 2026

କୈଳାସକଟା ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ , ୧୫ରୁ ଅଧିକ ଯାତ୍ରୀ ଆହତ

479 Views

ରାୟଗଡ଼ା: ଆଜି ପୂର୍ବାହ୍ନରେ ପାରଳାଖେମୁଣ୍ଡିରୁ ରାୟଗଡ଼ା ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସାଇକିରଣ ନାମକ ବସ୍‌ ପାରଳାଖେମୁଣ୍ଡିରୁ ରାୟଗଡ଼ା ଯାଉଥିବା ବେଳେ ବାଟରେ କୈଳାସକଟା ଘାଟିରେ ହଠାତ୍‌ ଭାରସାମ୍ୟ ହରାଇଥିଲା। ଏହାପରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହାଫଳରେ ବସରେ ଥିବା ୧୫ରୁ ଅଧିକ ସଂଖ୍ୟକ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କୋଲନରା ମୁକୁନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।

By amfnews

Related Post