Fri. Jul 3rd, 2026

ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ: ନବୀନ

183 Views

ଭୁବନେଶ୍ବର : ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଶାସକ  ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି  । ଗତକାଲି ଠାରୁ ନବୀନ ନିବାସ ଆଗରେ  ଆଶାୟୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।  ବିଜେଡିରେ ଟିକେଟ ବଣ୍ଟନ ପ୍ରକ୍ରିୟା ନେଇ ଦଳର ସୁପ୍ରିମୋ ସ୍ପଷ୍ଟ କରିଛନ୍ତି।  ନବୀନ କହିଛନ୍ତି ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନାକୁ ଗୁରୁତ୍ବ ଦିଆଯିବ। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ । ନିର୍ବାଚନ ତାରିଖ  ଘୋଷଣା ସରିଥିବାରୁ ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ନବୀନ । ଏଥିସହ ଚଳିତ ଥର ବିଜେଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଜି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେଶାଇ ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ .ଯୋଗଦାନ କରିଛନ୍ତି।

ଚଳିତ ନିର୍ବାଚନ ବିଜେଡ଼ି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୪ ପାଳିର ଶାସନ ପରେ ପୁଣି କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି ବିଜେଡ଼ି । ଏଥିଲାଗି ଶାସକ ଦଳ ଲୋକଙ୍କ ପାଖରେ ପହଞ୍ଚିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛି ।

By amfnews

Related Post