Thu. May 21st, 2026

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

212 Views

ନୂଆଦିଲ୍ଲୀ  : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି | ପ୍ରଥମ ଥର ପାଇଁ ମନମୋହନ ରାଜସ୍ଥାନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ମନମୋହନ ଶପଥ ନେଉଥିବାବେଳେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ |

ମନମୋହନଙ୍କ ଶପଥକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ମନମୋହନଙ୍କର ଅନୁଭବ ଓ ଜ୍ଞାନ ରାଜସ୍ଥାନବାସୀଙ୍କ ଅନେକ ଲାଭ ଦେବ | ଏଠାରେ ସୂଚନା ଥାଉ କି ରାଜ୍ୟ ବିଜେପି ଅଧ୍ୟକ୍ଷ ମଦନ ଲାଲ ସାଇନିଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଥିଲା । ଗତ ବର୍ଷ ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ ସାଇନି ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ଏବେ ରାଜସ୍ଥାନରେ କଂଗ୍ରେସ ଶାସନ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଗତ ୨୮ ବର୍ଷ ହେବ ରାଜ୍ୟସଭାରେ ଆସାମକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇଥିଲା | ପରେ ଏହି ଆସନ ପାଇଁ ମନମୋହନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ |

By amfnews

Related Post