Wed. Oct 14th, 2026

ଓଡିଶା ସୀମାରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ

237 Views

ଶ୍ରୀକାକୁଲମ : ଓଡିଶା ସୀମାନ୍ତ ଆନ୍ଧ୍ରର ପାଠପଟନମରୁ ୨୦୦ କିଲୋ ରକ୍ତ ଚନ୍ଦନ ଗଣ୍ଡି ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଶେଖ୍ ସଲିମ, କେତନ ପାଣି ଏବଂ ଆନ୍ଧ୍ରର ବିଶାଖପାଟଣା ଅଞ୍ଚଳର ଏସ.ଶ୍ରୀନିବାସ ରାଓ। ଏମାନଙ୍କ ସହ ଚାଲାଣ ହେଉଥିବା କାର୍‌କୁ ମଧ୍ୟ ଜବତ କରିଛି।

ଜବତ ରକ୍ତ ଚନ୍ଦନ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ କୋଷମାଳା ଗ୍ରାମ ଦେଇ ବିଶାଖାପାଟଣାକୁ ଚନ୍ଦନ କାଠ ଚାଲାଣ ହେଉଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା |

ଏହାପରେ ପୁଲିସ ଚଢ଼ାଉ କରି ଚୋରା ଚନ୍ଦନ ଗଣ୍ଡି ଚାଲାଣ କାର୍‌କୁ ଅଟକାଇ ତିନି ଜଣଙ୍କୁ ଗିରଫ କରିଥିଲା । ଚନ୍ଦନ ଗଣ୍ଡିକୁ ସେମାନେ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ଅଭିଯୁକ୍ତମାନେ ପୁଲିସ୍‌ ନିକଟରେ ସ୍ୱୀକାର କରିଥିବା ସର୍କଲ ଇନ୍ସପେକ୍ଟର ରବି ପ୍ରସାଦ କହିଛନ୍ତି।

By amfnews

Related Post