Thu. Oct 1st, 2026

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

305 Views

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ଜୁନ୍ ୨୫ ରହିଛି। ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ।

ବର୍ତ୍ତମାନ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ରହିଛି। ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ପୂର୍ବରୁ ଇସ୍ତଫା ଦେଇଥିବାବେଳେ କିଛି ଦିନ ତଳେ ପ୍ରତାପ ଦେବ ମଧ୍ୟ ରାଜ୍ୟସଭା ସିଟ୍ ଛାଡ଼ିଛନ୍ତି। ତେବେ ଅନୁଭବଙ୍କ କାର୍ଯ୍ୟକାଳ ୧ ବର୍ଷରୁ କମ୍ ଥିବାରୁ ଏବେ କେବଳ ସୌମ୍ୟରଞ୍ଜନ, ଅଚ୍ୟୁତ ଓ ପ୍ରତାପ ଦେବଙ୍କ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ।

ପ୍ରତାପ ଦେବଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବାକି ଥିବା ବେଳେ ସୌମ୍ୟ ଓ ଅଚ୍ୟୁତଙ୍କର ପାଞ୍ଚ ବର୍ଷ ବାକି ଥିଲା। ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିବେ।

By amfnews

Related Post