Sat. Apr 25th, 2026

ପରାଜୟ ସମୀକ୍ଷା କରିବାକୁ ଆସି ଦଳୀୟ କର୍ମୀଙ୍କ ଶିକାର ହେଲେ ନେତା

178 Views

ମହାରାଷ୍ଟ୍ର: ସୋମବାର ମହାରାଷ୍ଟ୍ରର ଅମରାବତୀରେ ହୋଇଥିବା ବହୁଜନ ସମାଜ ପାର୍ଟି(ବିଏସପି) ବୈଠକରେ ହଙ୍ଗାମା ହୋଇଛି। ବୈଠକରେ ଉପସ୍ଥିତ ଥିବା ନେତାଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏହି ହାତାହାତି ଚାଲିଥିବା ବେଳେ ଜଣେ ଦଳୀୟ କର୍ମୀ ନେତାଙ୍କୁ ମାଡ଼ ମାରିବା ସହିତ ସେ ପିନ୍ଧିଥିବା ଶାର୍ଟକୁ ମଧ୍ୟ ଫାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏମିତିକି ତାଙ୍କ ଉପରକୁ ଚେୟାର ଫିଙ୍ଗି ଦେଇଥିଲେ ଉପସ୍ଥିତ ଦଳୀୟ କର୍ମୀ।

Embedded video
ଏହି ବୈଠକରେ ମହାରାଷ୍ଟ୍ର ବିଏସପି ପ୍ରଭାରୀ ସନ୍ଦୀପ ତାଜନେଙ୍କ ସହିତ ଅନ୍ୟାନ୍ୟ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଉପସ୍ଥିତ ଦଳୀୟ କର୍ମୀ ଅଭିଯୋଗ କରିଥିଲେ ଯେ ବିଧାନ ପରିଷଦ ଓ ଲୋକସଭା ନିର୍ବାଚନ ବେଳେ ଦଳର ପ୍ରମୁଖ ନେତା ଟଙ୍କା ଖାଇଯାଇଛନ୍ତି। ଏହାପରେ ନେତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ତେଜିଥିଲା। ଶେଷରେ ନେତାଙ୍କୁ ମାଡ଼ ମାରିଥିଲେ ଉପସ୍ଥିତ ଦଳୀୟ କର୍ମୀ। ଜୀବନ ବିକଳରେ ନେତାମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଳୀୟ କର୍ମୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳିଛି।

By amfnews

Related Post