Wed. Jul 29th, 2026

ରାଉରକେଲା: ଜାତୀୟ ରାଜପଥ ଉପରେ ପଡ଼ିଛି ୩୦ ବର୍ଷୀୟା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

178 Views

ରାଉରକେଲା, ୨୧/୧୧: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଦର୍ଜିଂ ଆମରୁଡ଼ି ପୋଲ ନିକଟରେ ଜଣେ ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଆଜି ସକାଳୁ ଠାବ କରାଯାଇଛି। ମହିଳାଙ୍କ ବୟସ ୩୦ ବର୍ଷ ବେହ ବୋଲି ପୁଲିସ ଅନୁମାନ କରୁଛି। ଗାଡ଼ି ଧକ୍କା ଦେବା ପରେ ମହିଳା ଜଣକ ପଡ଼ିଯିବାରୁ ତାଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ତାଙ୍କ ମୃତ୍ୟୁ ଘଟିଛି କିମ୍ବା ଉଦ୍ଦେଶ୍ୟମୂଳକଭାବେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି ତାହା ପୁଲିସ ତଦନ୍ତ କରୁଛି।

ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ ଅଜଣା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଜାତୀୟ ରାଜପଥ ଉପରେ ପଡ଼ିଥିବା ନେଇ ଳହୁଣୀପଡ଼ା ଥାନା ପୁଲିସ ସୂଚନା ପାଇଥିଲା। ଗୁରୁତ୍ୱପୂର୍ଣ୍ଣ ହେଉଛି ମହିଳାଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ସେଠାକୁ ସେ କିପରି ଏକୁଟିିଆ ଆସିଲେ ତାହା ପୁଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଯେପରି ବିଭତ୍ସଭାବେ ମହିଳାଙ୍କ ଉପରେ ଗାଡ଼ି ଚଢ଼ିଯାଇଛି, ଏହା ଉଦ୍ଦେଶ୍ୟପ୍ରେଣୋଦିତ ବୋଲି ପୁଲିସ ଆଶଙ୍କା କରୁଛି। ପୁଲିସ ମହିଳାଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post