Fri. Jul 3rd, 2026

ଅମୃତସର ଆକ୍ରମଣ ଯୋଜନା ଲାହୋରରେ କରାଯାଇଥିଲା; କାନାଡାର ଖଲିସ୍ଥାନୀ ସମର୍ଥକ ସଙ୍ଗଠକମାନେ ସମ୍ପୃକ୍ତ ଥିଲେ

260 Views

ନୂଆଦିଲ୍ଲୀ, ୨୧/୧୧: ରବିବାର ଦିନ ଅମୃତସର ଠାରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣର ଯୋଜନା କରାଯାଇଥିଲା ଲାହୋରରେ ଏବଂ ସେଥିରେ ଜର୍ମାନ ଓ କାନାଡାରେ ଥିବା ଖଲିସ୍ତାନୀ ସମର୍ଥକ ଶିଖ୍‌ ବଂଶୋଦ୍ଭବ ସମ୍ପୃକ୍ତ ବୋଲି ନୂଆଦିଲ୍ଲୀରେ ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀ କହିଛନ୍ତି। ପଞ୍ଜାବରେ ପୁଣି ଆତଙ୍କବାଦ ଆରମ୍ଭ କରିବାକୁ ଏହା ଏକ ହତାଶିଆ ଉଦ୍ୟମ ଏବଂ ଏହା କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ସେ କହିଛନ୍ତି।

ଅଧିକାରୀମାନଙ୍କ କହିବାନୁସାରେ, ଅସ୍ତ୍ରଶସ୍ତ୍ର ପରିବହନ କରୁଥିବା ଏକ ଇସ୍‌ଲାମୀୟ ନେଟ୍‌ଓ୍ଵାର୍କ ଜରିଆରେ ଏକ ସ୍ଥାନୀୟ ସଂଗଠନ ଦ୍ୱାରା ଏହି ଆକ୍ରମଣ କରାଯାଇଛି।

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ଡକାଇଥିବା ଉଚ୍ଚସ୍ତରୀୟ ବୈଠକରେ ନିରଙ୍କରୀ ଭବନ ବିସ୍ଫୋରଣ ସଂକ୍ରାନ୍ତରେ ସମୀକ୍ଷା କରି କହିଛନ୍ତି ଯେ ସମଗ୍ର ଷଡ଼ଯନ୍ତ୍ର ସୀମାପାରିରେ ହୋଇଥିଲା ଏବଂ ଏଥିରେ ପାକିସ୍ତାନୀ ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ୍‌ ପ୍ରତ୍ୟେକ୍ଷଭାବେ ସମ୍ପୃକ୍ତ।ବ୍ୟବହୃତ ଏଚ୍‌ଜି-୮୪ ଗ୍ରେନେଡ୍‌ଟିର ପିନ୍‌ ମାର୍କରୁ ଏହା ପାକିସ୍ତାନର ବୋଲି ଜଣାପଡ଼ିଥିବା କଥା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

By amfnews

Related Post