Wed. Oct 14th, 2026

ରକ୍ତ ସଙ୍କଟ ଦୂର ପାଇଁ କମିଶନରେଟ୍ ପୁଲିସ୍‌ ଓ ଓଟିଭିର ମିଳିତ ରକ୍ତଦାନ କାର୍ଯ୍ୟକ୍ରମ

257 Views

ଭୁବନେଶ୍ୱର : କରୋନା ସଂକ୍ରମଣ ଏବଂ ଲକ୍‌ଡାଉନ୍‌ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ରକ୍ତଭଣ୍ଡାରଗୁଡ଼ିକରେ ସମ୍ଭାବ୍ୟ ରକ୍ତ ସଙ୍କଟ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି। ଏପରି ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ  କମିସନରେଟ ପୁଲିସ ଓ  ଓଟିଭି ପକ୍ଷରୁ ଏକ ଶିବିର ଆୟୋଜିତ ହୋଇଯାଇଛି।

ଗତକାଲି  ଗୋଟିଏ ଦିନରେ ଓଡ଼ିଶା ଟେଲିଭିଜନ୍ ନେଟୱାର୍କ ୪୧ ୟୁନିଟ୍ ରକ୍ତଦାନ କରିଛି। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଓଟିଭିର ୪୧ ଜଣ କର୍ମଚାରୀ ରକ୍ତଦାନ କରିଥିଲେ।

ଲକ୍‌ଡାଉନ୍‌ ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ  ଯେପରି ଅସୁବିଧାରେ ନପଡ଼ନ୍ତି, ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ  ଭିନ୍ନ ଭିନ୍ନ  ସଂସ୍ଥା ସହ ମିଶି ଗତ ୧ ତାରିଖରୁ ଏହି ଉଦ୍ୟମ  କରିଆସୁଛି।

ଭାରତୀୟ ରେଡକ୍ରସ ସୋସାଇଟି ଏହି ରକ୍ତଦାନ ଶିବିର ପରିଚାଳନା କରିଥିଲା। ଏଥିରେ ସଂଗୃହୀତ ରକ୍ତ ବିଶେଷ କରି ଥାଲାସେମିଆ ଓ ଅନ୍ୟ ରୋଗୀଙ୍କ ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ।

By amfnews

Related Post