Thu. Aug 13th, 2026

୨୦ରୁ ଘଣ୍ଟାଏ ପାଇଁ ଖୋଲିବ ତଳ କୋର୍ଟ

333 Views

କଟକ : କରୋନା ମୁକାବିଲା ପାଇଁ  ସାରା ରାଜ୍ୟକୁ ଲକ୍‌ଡାଉନ କରାଯାଇଛି। ଏହି ଲକ୍‌ଡାଉନ କଟକଣା ଯୋଗୁ ତଳକୋର୍ଟ କାର୍ଯ୍ୟ ଅବଧିରେ ପରିବର୍ତ୍ତନ ଅଣାଯାଇଛି। ଆସନ୍ତା ୨୦ ତାରିଖରୁ ଦିନକୁ ଏକ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସକାଳେ ଚାଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସକାଳ ସିଟିଂ ହେଉ ନ ଥିବା କୋର୍ଟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ  ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଛନ୍ତି। ଆମ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

By amfnews

Related Post