Fri. Aug 14th, 2026

ମୋଦି-ଉଦ୍ଧବ ଭାଇ ଭାଇ: ଶିବସେନା

260 Views

ମୁମ୍ୱାଇ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଦାୟିତ୍ୱ ନେଇଛି। ରାଜ୍ୟରେ ସର୍ବାଧିକ ଆସନ ଜିତିଥିବା ଦଳ ବିଜେପି ବିରୋଧୀ ଆସନରେ ବସିଛି। ଯାହାକି ମହାରାଷ୍ଟ୍ରବାସୀ କେବେ ସ୍ୱପ୍ନରେ ହେଲେ ଭାବି ନଥିଲେ। ଆଉ ଏହି ନୂଆ ରାଜନୀତିକ ସମୀକରଣ ଖାଲି ମହାରାଷ୍ଟ୍ର ପାଇଁ ନୁହେଁ ସାରା ଦେଶ ପାଇଁ ବିଜେପି ବିରୋଧରେ ନୂଆ ମେଣ୍ଟ ଗଠନ ହେଲା ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଶିବସେନା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ୍ କରିବା ଆରମ୍ଭ କରିଛି।

ହେଲେ ଶିବସେନା ନିଜର ଖବରକାଗଜରେ ‘ସାମ୍ନା’ରେ ଆଜି କହିଛି, ରାଜ୍ୟରେ ବିଜେପି-ଶିବସେନା ମଧ୍ୟରେ ମତ ପାର୍ଥକ୍ୟ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଦ୍ଧବ ଠାକରେଙ୍କ ସମ୍ପର୍କ ଭାଇ-ଭାଇ। ମୋଦି ବଡ଼ ଭାଇ କେନ୍ଦ୍ରରେ ଅଛି ତେଣୁ ସାନ ଭାଇ ଉଦ୍ଧବଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାର ଦାୟିତ୍ୱ ବଡ଼ ଭାଇର ବୋଲି ସାମ୍ନାରେ ଉଲ୍ଲେଖ କରିଛି ଶିବସେନା। ନିର୍ବାଚନ ପରେ ରାତି ଅଧିଆ ଯେଉଁ ମେଣ୍ଟ ହୋଇଛି ତାହାକୁ ମହାରାଷ୍ଟ୍ରବାସୀଙ୍କ ଜନାଦେଶ ବୋଲି ଶିବସେନା ସାମ୍ନାରେ ଉଲ୍ଲେଖ କରିଛି। ତେଣୁ ଦିଲ୍ଲୀ ସରକାର ଏହି ଜନାଦେଶକୁ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ରାଜ୍ୟରେ ୫ ଲକ୍ଷ କୋଟି ଋଣ ଭାରକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ବିରୋଧରେ ମଧ୍ୟ ବର୍ଷିଛି ଶିବସେନା।

 ସେହିପରି ସାମ୍ନାର କାର୍ଯ୍ୟକାରୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଫଡ଼ନାବିସଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି, ‘ରାଜ୍ୟରେ ବିରୋଧୀ ରହିବେନି ବୋଲି ଫଡ଼ନାବିସ କହୁଥିଲେ ହେଲେ ଏବେ ସେ ନିଜେ ବିରୋଧୀ ଦଳରେ ବସିଛନ୍ତି, ଏଥିପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା’।

By amfnews

Related Post