Thu. Sep 24th, 2026

୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

231 Views

ବୌଦ୍ଧ : କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ  ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ କଣ୍ଟାମାଳ ବୌଦ୍ଧ ସୋନପୁର ଓ କଣ୍ଟାମାଳ ବାଲିଗୁଡ଼ାକୁ ଯାତାୟତ  ବନ୍ଦ ରହିଛି।

କଣ୍ଟାମାଳ ବ୍ଲକ୍‌କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ ତୁରନ୍ତ ଶେଷ ଓ ଖଳିଆପାଲିଠାରେ ବେଆଇନ ଜମି ଜବରଦଖଲ ଉଚ୍ଛେଦ ଆଦି  ଦାବିରେ କୋଶଲ ସମନ୍ୱୟ ସମିତି ଏହି ବନ୍ଦ ପାଳନ କରୁଛି।

By amfnews

Related Post