Sat. Jul 25th, 2026

ମେଣ୍ଢାଶାଳରେ ବୋମାମାଡ଼, ଜଣେ ଗିରଫ

512 Views

ମେଣ୍ଢାଶାଳ: ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳା ଗ୍ରାମର ମୁସଲମାନ ସାହିର ରାଜ୍‌ ଖାଁ ଓ ତଫିଲ ଖାଁଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ସେ ହେଲା ଶେଖ୍‌ ଇସ୍ରାଲ୍‌ଙ୍କ ପୁଅ ଶେଖ୍‌ ସାଜିଦ୍‌(୨୫)। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ ବୋମାମାଡ଼ ଯୋଗୁ କେହି ମୃତାହତ ହୋଇ ନଥିବା ବେଳେ ଗୋଟିଏ କାର୍‌ ଓ ୨ଟି ବାଇକ୍‌ ଭାଙ୍ଗି ଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ବି. ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଛୋଟ ଲୁହା ଗୁଲି, ଚିପ୍‌ସ, କାଚ, ସୂତୁଲି ଓ କାଗଜ ଜବତ କରିଛି। ବୋମାମାଡ଼ ପରେ ରାଜ୍‌ ଓ ତଫିଲଙ୍କ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

By amfnews

Related Post