Sat. Oct 17th, 2026

ଜାତୀୟ ଲଜ୍ଜା : ବାପା ଆଗରେ ଝିଅକୁ ଗଣଦୁଷ୍କର୍ମ

612 Views

ପାଟନା : ବିହାରରେ ଆଜି ଏକ ଅତି ଅମାନବୀୟ କାଣ୍ଡ ଘଟିଛି। ବାପା ଆଗରେ ଝିଅକୁ ଗଣଦୁଷ୍କର୍ମ କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ବିହାରର କିସନଗଞ୍ଜ ଜିଲ୍ଲାରେ ଏଭଳି ଏକ ବର୍ବର କାଣ୍ଡ ଘଟିଛି। ୬ ଜଣ ଯୁବକ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଘରୁ ଉଠାଇ ନେଇ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ତେବେ ସବୁଠୁ ଦୁଃଖଦ ବିଷୟ ହେଉଛି ମହିଳାଙ୍କ ବାପାଙ୍କ ଆଖି ଆଗରେ ଏସବୁ ଘଟଣା ଘଟି ଯାଇଥିଲେ ମଧ୍ୟ ସେ ତାଙ୍କ ଝିଅକୁ ରକ୍ଷା କରିପାରିନଥିଲେ। ଦୁଷ୍କର୍ମକାରୀମାନେ ତାଙ୍କୁ ଏକ ଗଛରେ ବାନ୍ଧି ଦେବା ଫଳରେ ସେ ନିଜ ଝିଅଙ୍କୁ ସେମାନଙ୍କ କବଳରୁ ରକ୍ଷା କରିପାରିନଥିଲେ।

ସୂଚନାନୁଯାୟୀ କିସନଗଞ୍ଜ ଜିଲ୍ଲା ସ୍ଥିତ କୋଢ଼ୱାଡ଼ି ଥାନା ଅଧୀନରେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପାଖାପାଖି ୬ ଜଣ ତାଙ୍କ କବାଟ ବାଡ଼େଇଥିଲେ। ସେମାନେ ପାଣି ପିଇବାପାଇଁ ମାଗିବାରୁ ପୀଡ଼ିତାଙ୍କ ବାପା କବାଟ ଖୋଲିଥିଲେ। କିନ୍ତୁ କବାଟ ଖୋଲିବା କ୍ଷଣି ସମସ୍ତ ୬ ଜଣ ଅଭିଯୁକ୍ତ ସେମାନଙ୍କୁ ନିକଟସ୍ଥ ଏକ ନିର୍ଜନ ସ୍ଥାନକୁ ଉଠାଇନେଇଥିଲେ। ପୀଡ଼ିତାଙ୍କ ବାପାଙ୍କୁ ଗଛରେ ବାନ୍ଧି ଦେଇ ସେମାନେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ପୁଲିସରେ ଖବର ଦେଲେ ପୀଡ଼ିତା ଏବଂ ତାଙ୍କ ବାପାଙ୍କୁ ମାରିଦିଆଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିବା ପୀଡ଼ିତା କହିଛନ୍ତି। ସମସ୍ତ ଅଭିଯୁକ୍ତମା‌‌ନେ ଏବେ ଫେରାର୍‌ ଥିବାବେଳେ ସେମାନଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ ହୋଇଛି।

By amfnews

Related Post