Sun. Sep 27th, 2026

ହତ୍ୟା: ପୁଅକୁ ବାପା, ବାପାକୁ ପୁଅ

372 Views

କୋରେଇ/ବ୍ରହ୍ମପୁର : ଯାଜପୁରର କୋରେଇ ଓ ବ୍ରହ୍ମପୁରର ସଦରଥାନା ଅନ୍ତର୍ଗତ ଅଞ୍ଚଳରେ ଦୁଇଟି ଅଭାବନୀୟ ଘଟଣା ଘଟିଛି। କୋରେଇରେ ନିଜ ପୁଅକୁ ଜନ୍ମକଲା ବାପା ହତ୍ୟା କରିଛି। ଏଥିରେ ବାପାକୁ ସହଯୋଗ କରିଛି ଆଉ ଜଣେ ପୁଅ। ସେହିଭଳି, ବ୍ରହ୍ମପୁରରେ ଉତ୍ତ୍ୟକ୍ତ ପୁଅର ଆକ୍ରମଣରେ ବାପର ମୃତ୍ୟୁ ଘଟିଛି। ଆଜିକାଲି ରକ୍ତ ସମ୍ପର୍କୀୟଙ୍କୁ ବି ହତ୍ୟା କରିବାକୁ ପଛଉ ନାହାନ୍ତି, ଏହି ଦୁଇଟି ଘଟଣାରୁ ଆଜି ସ୍ପଷ୍ଟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ସାଆନ୍ତରାପୁର (ସାନବେରୁଣୁପୁର) ଗ୍ରାମର ନବଘନ ପରିଡ଼ାଙ୍କ ପୁଅ ରଞ୍ଜନ ପ୍ରାୟତଃ ଶ୍ବଶୁର ଘରେ ରହୁଥିଲେ। ଏହି ଘଟଣାକୁ କେନ୍ଦ୍ରକରି ବାପା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ବାପା ନବଘନ ଓ ଭାଇ ସଂଜୟ ମିଶି ରଞ୍ଜନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ରଂଜନଙ୍କର ମୃତ୍ୟୁ ଘଟିଥିଲା।

ସେହିଭଳି, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଘରୋଇ କହଳରୁ ଘଟିଛି ହତ୍ୟାକାଣ୍ଡ। ଉତ୍ତ୍ୟକ୍ତ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଲାଠି ନାଇକ ସାହିର ଅଭି ନାଇକ(୫୭) ବୋଲି ପୁଲିସ୍‌ କହିଛି।

By amfnews

Related Post