Tue. Sep 15th, 2026

ମେଘାଳୟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

286 Views

ଶିଲଂ: ଦେଶର ଆଉ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି ମହାମାରୀ କରୋନା ଭାଇରସ। ମେଘାଳୟରେ ସୋମବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶିଲଂରେ ରହୁଥିବା ଜଣେ ଡାକ୍ତରଙ୍କ ଶରୀରରେ ଏହି ଭୂତାଣରୁ ରହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ମେଘାଳୟ ମୁଖ୍ୟ ଶାସନ ସଚିବ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବେଥାନୀ ହସ୍ପିଟାଲର ଜଣେ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସରକାର ଆକ୍ସନ ମୋଡ଼କୁ ଚାଲି ଆସିଛନ୍ତି। ଯେଉଁମାନେ ମାର୍ଚ୍ଚ ୨୨ କିମ୍ବା ଏହା ପରେ ବେଥାନୀ ହସ୍ପିଂଟାଲ ଯାଇଛନ୍ତି, ସେମାନେ ନିଜ ତରଫରୁ ୧୦୮କୁ ଫୋନ କରି ପଞ୍ଜୀକରଣ କରାନ୍ତୁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ବେଥାନୀ ହସ୍ପିଟାଲରେ ଥିବା ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ହସ୍ପିଟାଲ ମଧ୍ୟରୁ ବାହାରକୁ ନ ବାହାରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଘାଳୟ ସରକାର ଶିଲଂରେ ଥିବା ଏହି ହସ୍ପିଟାଲକୁ ଏବେ କ୍ୱାରେଣ୍ଟାଇନ ସେଣ୍ଟରରେ ପରିଣତ କରିଦେଇଛନ୍ତି। ଏହାକୁ ମିଶାଇ ଉତ୍ତର-ପୂର୍ବ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି।

ଆସାମରେ ୩୦, ମଣିପୁର ଓ ତ୍ରିପୁରାରେ ୨ ଜଣ ଲେଖାଏ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଏବଂ ମିଜୋରାମରେ ଜଣେ ଲେଖା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

By amfnews

Related Post