Sat. Apr 25th, 2026

ପୁଣି ଦିଲ୍ଲୀରେ ୩ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା, ୨୪ ଘଣ୍ଟାରେ ୩୫୬ ଆକ୍ରାନ୍ତ ଚିହ୍ନଟ

167 Views

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ହଟସ୍ପଟ ପାଲଟିଥିବା ଦିଲ୍ଲୀରେ ପୁଣିଥରେ ୩ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାର ଗଙ୍ଗାରାମ ହସ୍ପିଟାଲର ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ରିପୋର୍ଟ ପଜିଟିଭି ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନା ପଞ୍ଝାରେ ୪୩ ଜଣ ସ୍ୱାସ୍ଥ୍ୟକର୍ମୀ ପଡ଼ି ସାରିଲେଣି। ଅର୍ଥାତ ବିଭିନ୍ନ ହସ୍ପିଟାଲର ୪୩ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୨୨ ଜଣ ସ୍ୱାସ୍ଥ୍ୟକର୍ମୀ କେବଳ ଦିଲ୍ଲୀ କ୍ୟାନସର ହସ୍ପିଟାଲର। ସାର ଗଙ୍ଗାରାମ ହସ୍ପିଟାଲର ଦୁଇ ଜଣ ରୋଗୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପିଜିଟିଭ ଆସିଛି।

ଭାରତ କଥା ବିଚାରକୁ ନେଲେ ଏଯାଏ ପ୍ରାୟ ୯୦ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଅନ୍ୟପକ୍ଷରେ ଦିଲ୍ଲୀ କରୋନା ରୋଗୀ ଚିହ୍ନଟରେ ରେକର୍ଡ କରିଛି। ଗତ ୨୪ ଘଣ୍ଟାରେ ଏଠାରେ ୩୫୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ୩୫୬ ନୂଆ ରୋଗୀ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୦ରେ ପହଞ୍ଚି ଯାଇଛି। ସେହିପରି ୪ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮ ଛୁଇଁଛି।

By amfnews

Related Post