Fri. Jun 12th, 2026

ମୁସଲମାନ୍‌ ଲୋକଙ୍କୁ ଜୟ ଶ୍ରୀରାମ,ଭାରତମାତାକୀ ଜୟ ଏବଂ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବାଧ୍ୟ କରାଯିବା ଭିଡିଓ ଭାଇରାଲ, ମାମଲା ରୁଜ୍ଜୁ କଲା ପୁଲିସ

291 Views

ନୂଆଦିଲ୍ଳୀ : ଆସାମର ବାରପେଟାରେ ମୁସଲମାନ୍‌ ସଂପ୍ରଦାୟ କିଛି ଲୋକଙ୍କୁ କଥିତ ରୂପେ ମାଡ଼ ମାରିବା ଓ ଜୟ ଶ୍ରୀରାମ , ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବାଧ୍ୟ କରାଯାଇଥିବା ସଂପର୍କୀତ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ ଏହି ପ୍ରସଙ୍ଗରେ ଏକ ଦକ୍ଷିଣପନ୍ଥୀ ସଂଗଠନ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି।

ଏହି ଭିଡିଓରେ ପୀଡିତମାନଙ୍କୁ ଜୟ ଶ୍ରୀରାମ,ଭାରତମାତାକୀ ଜୟ ଏବଂ ପାକିସ୍ତାନ ମୁର୍ଦ୍ଦାବାଦ ଆଦି ସ୍ଲୋଗାନ୍‌ -ଦେବାକୁ ବାଧ୍ୟ କରାଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କୁ ମାଡ଼ ମାରୁଥିବା ବେଳେ ଆକ୍ରମଣକାରୀମାନେ ଘଟଣାର ସଂପୂର୍ଣ୍ଣ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାପରେ ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିଥିଲେ।

ଏହି ମାମଲାରେ ଅଲ୍‌ ଆସମ୍‌ ମାଇନରିଟି ଷ୍ଟୁଡେଣ୍ଟସ ୟୁନିଅନ୍‌ ଓ ନର୍ଥ ଇଷ୍ଟ ମାଇନରିଟି ଷ୍ଟୁଡେଣ୍ଟସ ୟୁନିଅନ୍‌ ପକ୍ଷରୁ ଦକ୍ଷିଣପନ୍ଥୀ ସଂଗଠନ ବିରୁଦ୍ଧରେଦୁଇଟି ଭିନ୍ନ ଭିନ୍ନ ଏତଲା ରୁଜ୍ଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଏହି ଘଟଣା ସଂପର୍କରେ ବାରପେଟାର କଂଗ୍ରେସ ବିଧାୟକ ଅବଦୁଲ ଖାଲିକ କହିଛନ୍ତି ଯେ ଏହି ମାମଲାରେ ଜଡିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏସ୍‌ପିଙ୍କୁ ନିବେଦନ କରିଛନ୍ତି।

By amfnews

Related Post