Sat. Jul 4th, 2026

‘ନୂଆ ଭାରତରେ କୁକୁରମାନେ ମଧ୍ୟ ଆପଣଙ୍କଠାରୁ ଅଧିକ ସ୍ମାର୍ଟ’ ଏପରି କହି ରାହୁଲ ଗାନ୍ଧୀଙ୍କ ଟୁଇଟ୍‌ର ଜବାବ ଦେଲେ ପରେଶ ରାଓ୍ଵଲ

239 Views

ନୂଆଦିଲ୍ଲୀ  :  ଜୁନ୍‌ ୨୧ ତାରିଖରେ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଯୋଗ କରୁଥିବା ସୈନିକମାନଙ୍କ ସହ ଡଗ୍‌ ସ୍କ୍ଵାଡ ଫଟୋ ଟୁଇଟ୍‌ କରି ବିବାଦରେ ଫସି ଥିଲେ। ଏହି ଫଟୋ ଉପରେ ରାହୁଲ ଗାନ୍ଧୀ ଲେଖିଥିଲେ ‘ନ୍ୟୁ ଇଣ୍ଡିଆ’। ଏହାପରେ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଏଥିରୁ ବାଦ୍‌ ପଡିନାହାନ୍ତି ପୂର୍ବତନ ବିଜେପି ସାଂସଦ ତଥା ଲୋକପ୍ରିୟ ଅଭିନେତା ପରେଶ ରାଓ୍ଵଲ୍‌। ସେ ରାହୁଲଙ୍କୁ କଡ଼ା ପ୍ରହାର ଦେଇଛନ୍ତି।

ପରେଶ ରାଓ୍ଵଲ ଗାନ୍ଧୀଙ୍କ ଟୁଇଟ୍‌ର କଡ଼ା ଜବାବ୍‌ ଦେଇ କହିଛନ୍ତି ‘ରାହୁଲଜୀ,  ନୂଆ ଭାରତରେ କୁକୁରମାନେ ମଧ୍ୟ ଆପଣଙ୍କଠାରୁ ଅଧିକ ସ୍ମାର୍ଟ’।’

Paresh Rawal

@SirPareshRawal

Yes it’s a NEW INDIA Rahul ji where even dogs are smarter than you . @RahulGandhi

କଂଗ୍ରେସ ଅଧ୍ୟକ୍ଷ ରାହୁଲ ସେନା ଯବାନଙ୍କ ସହ ‘ଡଗ୍ ୟୁନିଟ୍’ ଯୋଗ କରୁଥିବା ବେଳର ଫଟୋ ସେୟାର୍ କରି ଲେଖିଛନ୍ତି ‘ନିୟୁ ଇଣ୍ଡିଆ’। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ନିୟୁ ଇଣ୍ଡିଆ’ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ ସ୍ଳୋଗାନ୍। ରାହୁଲ ସେହି ସ୍ଲୋଗାନକୁ ବ୍ୟବହାର କରି ଥଟ୍ଟା କରିଛନ୍ତି। ରାହୁଲ ସେନା ଯବାନ ଓ ‘ଡଗ୍ ୟୁନିଟ୍’ ଉପରେ ‘ନିୟୁ ଇଣ୍ଡିଆ’ ଶବ୍ଦ ପ୍ରୟୋଗ କରିଥିବା ହେତୁ ତାଙ୍କୁ ଅନେକ ନିନ୍ଦା କରିଛନ୍ତି। ରାହୁଲ ଏପରି ଟୁଇଟ୍‌ କରି ଭାରତୀୟ ସେନାର ‘ଡଗ୍ ୟୁନିଟ୍’ ନା ଯବାନ କାହାକୁ ପରିହାସ କରିଛନ୍ତି ବୋଲି ପଶ୍ନ ଉଠିଛି।

ଖାଲି ସେତିକି ନୁହେଁ ବିଜେପିର କନିଷ୍ଠ ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ରାହୁଲଙ୍କର ଏପରି ଟ୍ଵିଟ୍ ପାଇଁ ତାଙ୍କୁ ନିନ୍ଦା କରି ଏକ ପ୍ରତି ଟୁଇଟ୍‌ ଲେଖିଛନ୍ତି।

By amfnews

Related Post