Fri. Oct 2nd, 2026

ମୁମ୍ବାଇରେ ଜନ୍ମିତ ଇଞ୍ଜିନିୟର୍‌ ଏବେ ଆମେରିକା କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌

199 Views

ନୂଆଦିଲ୍ଲୀ, ନଭେମ୍ବର,୪: କ୍ରିକେଟ୍‌ ଖେଳ ଛାଡ଼ି କମ୍ପ୍ୟୁଟର୍‌ ସାଇନ୍‌ସ୍‌ ପଢ଼ିବାକୁ କର୍ଣ୍ଣେଓ୍ଵଲ୍‌ ୟୁନିଭର୍ସିଟିକୁ ଯାଇ ଥିବା ପୂର୍ବତନ ମୁମ୍ବାଇ ମିଡିୟମ୍‌ ପେସର୍‌ ୨୭ ବର୍ଷିୟ ସୌରଭ ନେତ୍ରାଓ୍ଵାଲ୍‌କର ଏବେ ଯୁକ୍ତରାଷ୍ଟ୍ର ଆମେରିକା ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ।

୨୦୧୦ରେ ଅନୁଷ୍ଠିତ ୟୁ-ନାଇଣ୍ଟିନ୍‌ ଓ୍ଵାର୍ଲଡ୍‌ କପ୍‌ ଅଭିଯାନରେ ଏହି ଛଅ ଫୁଟ୍‌ ଡେଙ୍ଗା ବାମହାତୀ ସିମର୍‌ ଭାରତ ତରଫରୁ ସର୍ବାଧିକ ଉଇକେଟ୍‌ ଅକ୍ତିଆର କରିଥିଲେ। ସେ ଅକ୍ତିଆର କରିଥିବା ଓ୍ଵିକେଟ୍‌ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଇଂଲଣ୍ଡର ଭବିଷ୍ୟତ କ୍ୟାପ୍‌ଟେନ୍‌ ଜୋ ରୁଟ୍‌ ଏବଂ ପାକିସ୍ତାନର ଓପେନର୍‌ ଅହମଦ୍‌ ଶେଝାଦ୍‌। ଏହାର ତିନି ବର୍ଷ ପରେ ନେତ୍ରାଓ୍ଵାଲ୍‌କର୍‌ ମୁମ୍ବାଇ ତରଫରୁ କର୍ଣ୍ଣାଟକ ବିରୋଧରେ ରଣଜୀ ଟ୍ରଫି ଖେଳି ତିନିଟି ଉଇକେଟ୍‌ ଅକ୍ତିଆର କରିଥିଲେ।

By amfnews

Related Post