Wed. Jun 10th, 2026

ଛାତ୍ରୀମାନଙ୍କ ପୋଷାକ ଖୋଲି ପ୍ୟାଡ୍‌ ଯାଞ୍ଚ କଲେ ଶିକ୍ଷକ

164 Views

ଚଣ୍ଡିଗଡ଼,ନଭେମ୍ବର ୦୪: ପଞ୍ଜାବର ଏକ ସରକାରୀ ସ୍କୁଲ୍‌ର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ପୋଷାକ ଖୋଲି ଶିକ୍ଷକମାନେ ସାନିଟାରି ପ୍ୟାଡ୍‌ ଯାଞ୍ଚ କରିବା ଭଳି ଅଶୋଭନୀୟ କାର୍ଯ୍ୟ କରି ଅଡୁଆରେ ପଡ଼ିଛନ୍ତି।ଫଜିଲ୍‌କା ଜିଲ୍ଲା ଅନ୍ତର୍ଗତ ଏହି ସ୍କୁଲ୍‌ର ଶୌଚାଳୟରେ ଏକ ବ୍ୟବହୃତ ସାନିଟାରି ପ୍ୟାଡ୍‌ ମିଳିବା ପରେ ଘଟନାଟି ଘଟିଥିଲା। କେଉଁ ଛାତ୍ରୀଟି ଠିକଣା ରୂପେ ପ୍ୟାଡ୍‌ଟି ଫିଙ୍ଗି ନ ଥିଲା ତାହା ଶିକ୍ଷକମାନେ ଜାଣିବାକୁ ଚାହୁଁ ଥିଲେ।ଏ ପ୍ରସଙ୍ଗରେ କେତେକ ଛାତ୍ରୀ ସେମାନଙ୍କ ବାପାମାଆଙ୍କୁ ଜଣାଇବାରୁ ମାମଲାଟି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇଥିଲା।

କେତେକ ଛାତ୍ରୀ କାନ୍ଦି କାନ୍ଦି ଘଟନା ସଂକ୍ରାନ୍ତରେ କହୁଥିବା ଏକ ଭିଡିଓ କ୍ଲିପ୍‌ରେ ଦେଖା ଯାଉଛି।ଜଣେ ଆନୁଷ୍ଠାନିକ ମୁଖପାତ୍ର କହିଛନ୍ତି କି, ଘଟନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଏ ବାବଦରେ ଅବଗତ ଅଛନ୍ତି ଏବଂ ସ୍କୁଲ୍‌ର ଦୁଇ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି। ଅଭିଯୁକ୍ତ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଆତ୍ମଗୋପନ କରିଛନ୍ତି।ସୋମବାର ସୁଦ୍ଧା ତଦନ୍ତ ଶେଷ କରି ଆବଶ୍ୟକ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ସଚିବ କ୍ରିଷନ୍‌ କୁମାରଙ୍କୁ ନିର୍ଦେଶ ଦେଇଛନ୍ତି।

By amfnews

Related Post