Wed. Sep 2nd, 2026

ମାଲେସିଆ ସଡ଼କ ଦୁର୍ଘଟଣାରେ ବିଶ୍ୱର ୧ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କେନ୍ତୋ ମୋମୋତା ଆହତ, ଡ୍ରାଇଭର୍‌ ମୃତ

278 Views

କୁଆଲାଲମ୍ପୁର  : ସୋମବାର ପାହାନ୍ତା ପହର ପୂର୍ବରୁ ମାଲେସିଆ ଠାରେ ସଡ଼କ ଦୁର୍ଘଟଣା ଘଟି ବିଶ୍ୱର ଏକ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କେନ୍ତୋ ମୋମୋତା ଆହତ ହୋଇଛନ୍ତି। ‘ମାଲେସିଆ ମାଷ୍ଟର୍‌ସ୍‌’ରେ ନିଜର ପ୍ରଥମ ବିଜୟ ଜାହିର କରିବାର କିଛି ସମୟ ପରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଜାପାନୀ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କେନ୍ତୋ ମୋମୋତା ଅନ୍ୟ ତିନିଜଣ ଖେଳାଳିଙ୍କ ସହ ମିଶି ଏକ ଭ୍ୟାନ୍‌ ରିଜର୍ଭ କରି ପ୍ରଶାସନିକ ରାଜଧାନୀ ପୁତ୍ରାଜୟା ଅଭିମୁଖେ ଯାଉଥିଲେ। ବାଟରେ ଗୋଟାଏ ୩୦ ଟନ୍‌ ଓଜନବିଶିଷ୍ଟ ଟ୍ରକ୍‌ ପଛରେ ସେମାନେ ଯାତ୍ରା କରୁଥିବା ଭ୍ୟାନ୍‌ଟି ଧକ୍କାଖାଇ ପଶିଯାଇଥିଲା ବୋଲି ସ୍ଥାନୀୟ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଏକ ସଂକ୍ଷିପ୍ତ ବିବୃତିରେ କହିଛି।

ଘଟଣାସ୍ଥଳରେ ସେମାନଙ୍କ ଭ୍ୟାନ୍‌ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଛି। ଭାଙ୍ଗିରୁଜି ଯାଇଥିବା ସେ ଭ୍ୟାନ୍‌ ମଧ୍ୟରୁ ଡ୍ରାଇଭର୍‌ଙ୍କ ଶବ ବାହାର କରିବା ଲାଗି ଉଦ୍ୟମ ଚାଲିଛି। ମୋମୋତା ଏବଂ ଅନ୍ୟ ଖେଳାଳିମାନେ ସାମାନ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ପୁତ୍ରାଜୟା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ରବିବାର ଦିନ ପୂର୍ବତନ ବିଶ୍ୱ ଚାମ୍ପିୟନ ଭିକ୍ଟୋର୍‌ ଆକ୍ସେଲ୍‌ସେନ୍‌ଙ୍କୁ ପରାସ୍ତ କରି ମୋମୋତା ‘ମାଲେସିଆ ମାଷ୍ଟର୍‌ସ୍‌’ ବିଜୟୀ ହୋଇଥିଲେ।

By amfnews

Related Post