Sat. Apr 25th, 2026

ଆଜି ବି ରାଜ୍ୟରେ ଶୀତର ପ୍ରକୋପ ଜାରି, ସୋନପୁର ଓ ଫୁଲବାଣୀ ସବୁଠାରୁ ଅଧିକ ଥଣ୍ଡା ସହର

247 Views

ଭୁବନେଶ୍ବର: ଗତକାଲି ଭଳି ଆଜି ବି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତକାଲି ଭଳି ଆଜି ବି ସୋନପୁରଠାରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଜଣାଯାଇଛି। ସୋନପୁର ସହ ଫୁଲବାଣୀର ତାପମାତ୍ରା ବି ସମାନ ରହିଛି। ଆଜି ସକାଳ ସାଢ଼େ ୮ଟା ବେଳେ ସୋନପୁର ଓ ଫୁଲବାଣୀର ତାପମାତ୍ରା ୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଥିଲା। ଏ ଦୁଇ ସହର ଆଜି ଓଡ଼ିଶାର ସବୁଠୁ ଥଣ୍ଡା ସହରଭାବେ ପରିଗଣିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ରହିଛି। ଆଜି ଟିଟିଲାଗଡ଼ରେ ୭.୧ ଡିଗ୍ରି ସେଲସିଅସ୍, ଅନୁଗୁଳରେ ୬.୬ ଡିଗ୍ରି ସେଲସିଅସ୍, ବଲାଙ୍ଗୀରରେ ୧୦ ଡିଗ୍ରି ସେଲସିଅସ୍, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ସେଲସିଅସ୍, ଭବାନୀପାଟଣାରେ ୮.୫ ଡିଗ୍ରି ସେଲସିଅସ୍, କୋରାପୁଟରେ ୯ ଡିଗ୍ରି ସେଲସିଅସ୍, କେନ୍ଦୁଝରରେ ୯.୧ ଡିଗ୍ରି ସେଲସିଅସ୍, ଝାରସୁଗୁଡ଼ାରେ୯.୪ ଡିଗ୍ରି ସେଲସିଅସ୍, ସମ୍ବଲପୁରରେ ୯.୬ ଡିଗ୍ରି ସେଲସିଅସ୍, ତାଳଚେରରେ ୯.୭ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।

SRC, Govt of Odisha@SRC_Odisha

View image on Twitter

ଅପରପକ୍ଷରେ ସକାଳ ସାଢ଼େ ୮ଟା ବେଳେ କଟକରେ ୧୦.୫ ଡିଗ୍ରି ସେଲସିଅସ୍ ଓ ଭୁବନେଶ୍ବରରେ ୧୧.୪ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।

ଚଳିତ ମାସରେ ପ୍ରଥମ ଥର ପାଇଁ ସୋନପୁରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦାରିଙ୍ଗବାଡ଼ି ଓ ଗଞ୍ଜାମର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ‌ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post