Sun. Sep 27th, 2026

ମାନସିକ ଚାପରୁ ଆତ୍ମହତ୍ୟା: ପୁଲିସ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ଘଟଣା

251 Views

ଚନ୍ଦ୍ରଶେଖରପୁର  : କେୟାର ହସ୍ପିଟାଲର ଆଇସିୟୁ ବିଭାଗରେ କାର୍ଯ୍ୟରତ ଯୁବ ଡାକ୍ତରାଣୀ ମନସ୍ୱିନୀ ବାରିକ(୨୬)ଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ମନସ୍ୱିନୀଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି କମିସନ୍‌ରେଟ୍‌ ପୁଲିସ ସବୁ ଦିଗରୁ ଛାନଭିନ୍‌ କରିବା ପରେ ସ୍ପଷ୍ଟ କରିଛି। ମାନସିକ ଚାପରେ ସେ ଏପରି ଚରମ ପଦକ୍ଷେପ ନେଇଥିଲେ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର କହିଛନ୍ତି।

ପୁଲିସ ତଦନ୍ତରୁ ପ୍ରକାଶ ଯେ ମନସ୍ୱିନୀ ଆତ୍ମହତ୍ୟା କରିବା ପାଇଁ ନିଶା ଔଷଧ ଭ୍ୟାଟ୍ରୋନିୟମ୍‌ ସହାୟତା ନେଇଥିଲେ। ଇଂଜେକ୍ସନ ନେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ପୁଲିସ ଆଜି ମନସ୍ୱିନୀଙ୍କ କିଛି ସହଯୋଗୀଙ୍କୁ ପଚରାଉଚରା କରିଛି। ସେଥିରୁ ପୁଲିସ ଜାଣିବାକୁ ପାଇଛି ଯେ ମନସ୍ୱିନୀ ଅତ୍ୟନ୍ତ ମେଳାପି ସ୍ୱଭାବର ଥିଲେ। ୨୦୧୭ରେ ବିବାହ ବିଚ୍ଛେଦ ହେବା ପରଠାରୁ ସେ ଦୁଇଟି ପୃଥକ୍‌ ପୃଥକ୍‌ ସ୍ଥାନରେ କାର୍ଯ୍ୟ କରୁଥିଲେ। ତେବେ ଗତ କିଛି ଦିନ ହେବ କୌଣସି କଥାକୁ ନେଇ ସେ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲେ। କିନ୍ତୁ ଏ ସଂପର୍କରେ ସେ କାହାକୁ କିଛି କହୁ ନଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

By amfnews

Related Post