Sun. Sep 27th, 2026

ଅଶୋକ ପଣ୍ଡା ହେଲେ ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି

275 Views

ଭୁବନେଶ୍ୱର : ବିଜେଡିର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ପର୍ଯ୍ୟଟନ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଆଜି ନିଯୁକ୍ତି ଦିଆଯାଇଛି। ଗତ ମେ’ ମାସରେ ତତ୍‌କାଳୀନ ଜିଲ୍ଲା ସଭାପତି ବାବୁଲି ମିଶ୍ରଙ୍କ ଦେହାନ୍ତ ପରେ ଏହି ପଦବି ଖାଲି ପଡ଼ିଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଖାସ୍‌ ସମର୍ଥକ ଭାବେ ଜଣାଶୁଣା ସ୍ୱର୍ଗତ ମିଶ୍ର ଲଗାତର ଦୁଇ ଦୁଇ ଥର ଭୁବନେଶ୍ୱର ଜିଲ୍ଲା ସଭାପତି ପଦରେ ବସିଥିଲେ।

ତାଙ୍କର ମୃତ୍ୟୁ ପରେ ଭୁବନେଶ୍ୱରର ତିନି ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରାଯିବ ନା ଅଣବିଧାୟକ କିଏ ସଭାପତି ହେବେ, ସେ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏ ନେଇ କିଛି ନେତା ଜୋର୍‌ଦାର୍‌ ଲବି ବି ଆରମ୍ଭ କରିଦେଇଥିଲେ। ତେବେ ବାବୁଲି ମିଶ୍ରଙ୍କୁ ସଭାପତି କରି ଗତ କିଛି ବର୍ଷ ଧରି ଜିଲ୍ଲା ସଂଗଠନରେ ନିଜର ପ୍ରଭାବ ଜାହିର କରିଥିବା ଶ୍ରୀ ପଣ୍ଡାଙ୍କୁ ଶେଷରେ ଦଳର ସୁପ୍ରିମୋ ସିଧାସଳଖ ସଭାପତି ଦାୟିତ୍ୱ ଅର୍ପଣ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଓ ତିନି ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ମୁଣ୍ଡ ଟେକୁଥିବାରୁ ଜିଲ୍ଲା ସଭାପତିଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିବ।

By amfnews

Related Post