Thu. Jul 23rd, 2026

ମହିଳାଙ୍କୁ ଯୌତୁକ ନିର୍ଯାତନା, ଥାନାରେ ଏତଲା

278 Views

ଭଞ୍ଜନଗର , ଡିସେମ୍ବର ୧୩ : ଭଞ୍ଜନଗର ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ କେସ ନମ୍ବର ୪୧୫ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଗତ ୨୦୧୬ ମସିହା ଜୁଲାଇ ମାସରେ ପଥରାପଲ୍ଲୀ ଗ୍ରାମର ମିନତୀ ବେହେରା ଦିଗପହଣ୍ଡି ଥାନା ଅନ୍ତର୍ଗତ ରୋହିତ କୁମାର ବେହେରାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନରେ ପରେ ବିଭିନ୍ନ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଲାଗି ରହୁଥିଲା। ଏଥିସହ ବହୁ ସମୟରେ ରୋହିତ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ଶାରିରୀକ ଓ ଯୌତୁକ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହ୍ୟ ନ କରିପାରି ମିନତୀ ବାପଘରକୁ ଆସି ରହୁଥିଲେ। ଏନେଇ ସେ ଭଞ୍ଜନଗର ଥାନାରେ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ କେସ ନଂ- ୪୧୫/୧୮ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
୨୫ ଭରଣ ଧାନ କଳେଇ ଜଳିଗଲା

By amfnews

Related Post