Wed. Sep 23rd, 2026

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଚିତ୍ର ନିର୍ବାଚନୀ ସଙ୍କେତକୁ ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ଅସନ୍ତୋଷ

319 Views

ମୁମ୍ବାଇ   : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମିଳିଛି ନାନା ରକମର ଚିହ୍ନ। ଏହି ନିର୍ବାଚନୀ ଚିହ୍ନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ଯେଉଁସବୁ ଚିହ୍ନ ଦିଆଯାଇଛି ସେଥିମଧ୍ୟରେ ରହିଛି କ୍ୟାରମ୍ ବୋର୍ଡ, ଡ୍ରିଲ ମେସିନ, ପାଣିଟାଙ୍କି, ରୋଲର,ସିସିଟିଭି, ତରଭୁଜ, ଲୁଡୁ, ବିସ୍କୁଟ ଏବଂ ନଡ଼ିଆ ଆଦି। ଏଭଳି ବିଚିତ୍ର ନିର୍ବାଚନୀ ସଙ୍କେତ ପାଇଥିବା ସ୍ବାଧୀନ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ପାଣିଟାଙ୍କି ଚିହ୍ନ ମିଳିଥିଲା ବେଳେ ଆଉ ଜଣେ ପ୍ରାର୍ଥୀଙ୍କୁ ମିଳିଛି ଲୁଡୁ ଚିହ୍ନ । ସ୍ବାଧୀନ ପ୍ରାର୍ଥୀଙ୍କୁ ମିଳୁଥିବା ଏହି ଚିହ୍ନଦ୍ୱାରା ପ୍ରାର୍ଥୀମାନେ ଲୋକପ୍ରିୟ ହୋଇପାରୁନାହାଁନ୍ତି ବୋଲି ଅନେକ ମଧ୍ୟ ଅଭିଯୋଗ କରିଛନ୍ତି।

Image result for maharashtra election 2019-symbols of independent candidate

ରାଜନୈତିକ ସମୀକ୍ଷକ ସୁରେନ୍ଦ୍ର ଜୋଙ୍ଘଲେ କହିଛନ୍ତି ଯେ, ଏଭଳି ବିଚିତ୍ର ନିର୍ବାଚନୀ ସଙ୍କେତ ପାଇବା ଦ୍ୱାରା ସ୍ବାଧୀନ ପ୍ରାର୍ଥୀଙ୍କ ରାଜନୈତିକ ପାରଦର୍ଶିତା କମିଯାଉଛି। ଖାଲି ସେତିକି ନୁହେଁ, ଏପରିକି ବିଚିତ୍ର ଚିହ୍ନ କାରଣରୁ ପ୍ରାର୍ଥୀମାନେ ଲୋକମାନଙ୍କ ସହ ନିକଟତର ହୋଇ ପାରୁନାହାଁନ୍ତି ବୋଲି ସେ ମତ ଦେଇଛନ୍ତି।

By amfnews

Related Post